fbpx

ଯୁଦ୍ଧ ଜାହାଜ ଜଗିବ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର! ଭାରତୀୟ ନୌସେନା ୨ ପରମାଣୁ ଆକ୍ରମଣକରୀ ଯୁଦ୍ଧ ଜାହାଜ ପାଇଁ ସରକାରଙ୍କୁ କଲା ସମ୍ପର୍କ

ଓଡିଶା ଭାସ୍କର: ୟୁକ୍ରେନଙ୍କ ସହ ଋଷର ଯୁଦ୍ଧ କାରଣରୁ ଭାରତୀୟ ସେନା ଏବେ ସତର୍କ ରହିଛି । ‘ପ୍ରୋଜେକ୍ଟ ଡେଲ୍ଟା’ ମାଧ୍ୟମରେ ୨୦୨୭ ମସିହା ଭିତରେ ଏହା ଆହୁରି ସଶକ୍ତ ହେବ । ଅନ୍ୟ ଦେଶର ଅନୁପ୍ରବେଶକାରୀ ଯୋଜନକୁ ଏହା ପଣ୍ଡ କରିବାକୁ ସକ୍ଷମ ହେବ । ଭାରତୀୟ ନୌସେନା ସେଥିପାଇଁ ୨ ଟି ପରମାଣୁ ଚାଳିତ ଯୁଦ୍ଧଜାହାଜକୁ ମୁତୟନ କରିବା ପାଇଁ ସରକାରଙ୍କ ସହ ସମ୍ପର୍କ କରିଛି ।

ମୋଦୀ ସରକାରଙ୍କ ଦ୍ୱାରା ୨୦୧୫ ମସିହାରେ ସ୍ୱୀକୃତିପ୍ରାପ୍ତ ୩୦ ବର୍ଷ ପୁରୁଣା ଯୁଦ୍ଧଜାହାଜ ଇଣ୍ଡୋ-ପୈସିଫିକରେ ୬ ଟି ଏସଏସଏନକୁ ମଞ୍ଜୁରୀ ଦିଆଯାଇଛି । ମାତ୍ର ପ୍ରଥମେ ୨ ଟି ଏସଏସଏନଙ୍କୁ କାର୍ଯ୍ୟକାରୀ କରିବାକୁ ନୌସେନା ସରକାରଙ୍କୁ ଜଣାଇବ । ଏହି ମାମଲାକୁ ଏବେ ଶୀର୍ଷସ୍ତରରେ ଉଠାଯାଇଛି । ଭାରତରର ଦ୍ୱିତୀୟ ପରମାଣୁ ଊର୍ଜାରେ ପରିଚାଳିତ ହେଉଥିବା ଆଇଏନଏସ ଆରିଘଟକୁ ଖୁବ ଶୀଘ୍ର ନୌସେନାରେ ସାମିଲ କରାଯିବ । ପ୍ରଥମ ଏସଏସବିଏନ, ଆଇଏନଏସ ଅରିହନ୍ତ ପ୍ରଥମରୁ ହିଁ ଭାରତର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛି । ସେହିଭଳି ଭାରତର ତୃତୀୟ ଏସଏସବିଏନ, ଆଇଏନଏସ ଅରିଦମନ ଭାରତୀୟ ପରମାଣୁ ଶକ୍ତିକୁ ସଶକ୍ତ କରି ଦେଶର ସୁରକ୍ଷାକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତାବର୍ଷରୁ ନୌସେନାରେ ସାମିଲ ହେବ ।

 

Get real time updates directly on you device, subscribe now.