fbpx

ତ୍ରିରଙ୍ଗା ଉଡିବ- ଜନ-ଗଣ- ମନ ଶୁଭିବ, ଫ୍ଲେଗ ଅନଫର୍ଲ ଓ ଫ୍ଲେଗ ହୋଷ୍ଟିଂ ମଧ୍ୟରେ ଫରକ କ’ଣ, ୧୫ ଅଗଷ୍ଟରେ ରାଷ୍ଟ୍ରପତି କାହିଁକି ଉଡାନ୍ତି ନି ତ୍ରିରଙ୍ଗା, କେମିତି ଉଡିବ ତ୍ରିରଙ୍ଗା…

 

ଓଡିଶା ଭାସ୍କର: ଆଉ ଦିନ କେଇଟା ପରେ ଆସୁଛି ସ୍ୱାଧୀନତା ଦିବସ । ସାରା ଦେଶ ଦେଶମାତୃକାର ମହାମନ୍ତ୍ରରେ ଉଦଭାସିତ ହୋଇଉଠିବ । ତ୍ରିରଙ୍ଗା ଉଡିବ । ଉଡୁଥିବା ତ୍ରରଙ୍ଗାର ଶବ୍ଦ କହିବ- ଜନ-ଗଣ-ମନ… । ଚଳିତ ବର୍ଷ ଭାରତ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଛୋଟଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଝୁମିବେ ଓ ଆଜାଦୀର ଏହି ଦିନରେ ଦେଶର ଜୟଗାନ କରିବେ । ତେବେ ଆପଣ ଜାଣନ୍ତି ! ୧୫ ଅଗଷ୍ଟରେ ପ୍ଲେଗ ହୋଷ୍ଟିଂ ସହ ପ୍ଲେଗ ଅନଫର୍ଲ ହୁଏ । କ’ଣ ଏଟେ ଏହି ପ୍ଲେଗ ଅନଫର୍ଲ ଓ ପ୍ଲେଗ ହୋଷ୍ଟିଂ…

୭୮ ତମ ସ୍ୱାଧୀନତା ଦିବସରେ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ଲେଗ ହୋଷ୍ଟିଂ କରିବେ । ପ୍ରତିବର୍ଷ ୨୬ ଜାନୁଆରୀକୁ ଗଣତନ୍ତ୍ର ଦିବସ ଓ ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଏ । କହିରଖୁ, ୨୬ ଜାନୁଆରୀରେ ଦେଶର ରାଷ୍ଟ୍ରପତି ତ୍ରିରଙ୍ଗା ଉଡାଇଥାଆନ୍ତି । ସେହିଭଳି ୧୫ ଅଗଷ୍ଟରେ ଦେଶର ପ୍ରଧାନମନ୍ତ୍ରୀ ଧ୍ୱଜାରୋହଣ କରନ୍ତି । ପ୍ରକାଶଥାଉ ଯେ, ୨୬ ଜାନୁଆରୀ ଦିନ ତ୍ରିରଙ୍ଗାକୁ ଉଡାଯାଏ, ମାତ୍ର ୧୫ ଅଗଷ୍ଟରେ ଧ୍ୱଜାରୋହଣ ହୁଏ ।

କହିରଖୁ ଯେ, ସ୍ୱତନ୍ତ୍ରତା ଦିବସ ଦିନ ରାଷ୍ଟ୍ରୀୟ ଧ୍ୱଜକୁ ଖମ୍ଭରେ ବାନ୍ଧି ପରେ ଉଡାଯାଏ । ପ୍ରଧାନମନ୍ତ୍ରୀ ତ୍ରିରଙ୍ଗାରେ ବନ୍ଧାଥିବା ଡୋରିକୁ ଟାଣିବା ପରେ ତାହା ଉପରକୁ ଉଠି ଇଡିବାରେ ଲାଗେ । ଯାହାକୁ ଧ୍ୱଜାରୋହଣ (ପ୍ଲେଗ ହୋଷ୍ଟିଂ) କୁହାଯାଏ । ସେହିଭଳି ଗଣତନ୍ତ୍ର ଦିବସ ମାନେ ୨୬ ଜାନୁଆରୀରେ ତ୍ରିରଙ୍ଗାକୁ ଉଡାଇବା ପୂର୍ବରୁ ତାହାକୁ ପୋଲର ଶୀର୍ଷରେ ବନ୍ଧାଯାଏ । ରାଷ୍ଟ୍ରପତି ଏହାକୁ ଟାଣିବା ପରେ ତାହା ଉଡେ । ଯାହାକୁ ଝଣ୍ଡା ଉଡାଇବା (ପ୍ଲେଗ ଅନଫର୍ଲ ) କହନ୍ତି । ଦେଶର ମୁଖ୍ୟ ହୋଇଥିବାରୁ ରାଷ୍ଟ୍ରପତି ସ୍ୱାଧୀନତା ଦିବସରେ ବି ତ୍ରିରଙ୍ଗା ଉଡାଇବା କଥା, ମାତ୍ର ସେମିତି ହୋଇ ନ ଥାଏ । କାରଣ ଦେଶ ସ୍ୱାଧୀନତା ପ୍ରାପ୍ତି କରିବା ସମୟରେ ଭାରତରେ ସାମ୍ବିଧାନିକ ଭାବରେ କୌଣସି ରାଷ୍ଟ୍ରପତି ନ ଥିଲେ । ସେହି ସମୟରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ପ୍ଲେଗ ହୋଷ୍ଟିଂ କରିଥିଲେ ।

Get real time updates directly on you device, subscribe now.