fbpx

BCCI କଲା ବଡ଼ ଘୋଷଣା, ଟପ୍ କ୍ରିକେଟରଙ୍କ ପାଇଁ ମିଳିଲା ଆଦେଶ: ସାମିଲ ହେବେନି ହାର୍ଦ୍ଦିକ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ଼ ଘୋଷଣା କରିଛି । ଟିମ ଇଣ୍ଡିଆର ସମସ୍ତ ବଡ଼ ଖେଳାଳିମାନଙ୍କ ପାଇଁ ଏକ ଆଦେଶ ଜାରି କରିଛି ବିସିସିଆଇ । ଭାରତୀୟ ଦଳର ସମସ୍ତ ଟପ୍ କ୍ରିକେଟରଙ୍କୁ ଦୁଲୀପ ଟ୍ରଫିରେ ଭାଗ ନେବା ପାଇଁ ନିର୍ଦ୍ଦେଶ ଦେଇଛି ବୋର୍ଡ । ତେବେ ଏହି ତାଲିକାରୁ ବାଦ୍ ପଡ଼ିଛନ୍ତି ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଦୁଲୀପ ଟ୍ରଫିରେ ଖେଳିବା ପାଇଁ ବିସିସିଆଇର ତାଲିକାରେ ହାର୍ଦ୍ଦିକଙ୍କ ନାଁ ସାମିଲ କରା ଯାଇନାହିଁ । ସେପଟେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁଲୀପ ଟ୍ରଫିରେ ଖେଳିବା ନେଇ ନିଜେ ନିଷ୍ପତ୍ତି ନେଇପାରିବେ ।

ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ବୋର୍ଡ ବର୍ତ୍ତମାନ ଭାରତୀୟ ଦଳର ଟପ୍ କ୍ରିକେଟର ମାନଙ୍କୁ ଦୁଲୀପ ଟ୍ରଫିରେ ଖେଳିବା ପାଇଁ ଆଦେଶ ଦେଇଛି । ଟିମ ଇଣ୍ଡିଆର ନୂଆ ଉପ-ଅଧିନାୟକ ଶୁଭମନ ଗିଲ୍ ଏବଂ କେ.ଏଲ ରାହୁଲଙ୍କ ସମେତ ଆର. ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶ୍ରେୟସ ଆୟର ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ଦୁଲୀପ ଟ୍ରଫି ଖେଳିବା ପାଇଁ ନିର୍ଦ୍ଦେଶ ଦେଇଛି ବିସିସିଆଇ । ଏମାନେ ସମ୍ପୂର୍ଣ୍ଣ ଟ୍ରଫି କିମ୍ବା ଆଂଶିକ ଭାବରେ ଦୁଲୀପ ଟ୍ରଫିରେ ସାମିଲ ହୋଇପାରିବେ । ତେବେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଦୁଲୀପ ଟ୍ରଫିରେ ସାମିଲ ହେବା ନେଇ ନିଜେ ନିଷ୍ପତ୍ତି ନେଇପାରିବେ । ଏଥିପାଇଁ ତାଙ୍କୁ ବୋର୍ଡ ତରଫରୁ ଉଭୟ ଖେଳାଳିଙ୍କୁ ସ୍ୱାଧୀନତା ମିଳିଛି । ସେପଟେ ଏହି ଖେଳାଳିମାନଙ୍କ ତାଲିକାରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବାଦ୍ ପଡ଼ିଛି । ଟେଷ୍ଟ କ୍ରିକେଟରୁ ହାର୍ଦ୍ଦିକ ଦୂରେଇ ରହୁଥିବାରୁ ତାଙ୍କୁ ଦୁଲୀପ ଟ୍ରଫି ଖେଳିବା ପାଇଁ ବିସିସିଆଇ ତରଫରୁ ନିର୍ଦ୍ଦେଶ ଦିଆଯାଇନାହିଁ ।

ଅନ୍ୟପକ୍ଷରେ ଅନ୍ତରାଷ୍ଟ୍ରୀୟ ଦଳରୁ ବାଦ୍ ପଡ଼ିଥିବା ଇଶାନ୍ କିଶାନଙ୍କୁ ୪ଟି ମ୍ୟାଚରୁ ଅତି କମରେ ଗୋଟିଲଏ ମ୍ୟାଚରେ ସାମିଲ କରିବାର ସମ୍ଭାବନା ରହିଛି । ଏହାବ୍ୟତୀତ ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କୁ ଏଥିରୁ ଛୁଟି ଦିଆ ଯାଇଥିବା ବେଳେ ଆହତ ସମସ୍ୟା ଦେଇ ଗତି କରୁଥିବା ମହମ୍ମଦ ଶାମୀ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସମ୍ଭାବନା କମ୍ । ବିସିସିଆଇ ଏବଂ ଚୟନକର୍ତ୍ତାଙ୍କ ସମେତ ନୂଆ କୋଚ୍ ଗୌତମ୍ ଗମ୍ଭୀରଙ୍କ ମିଳିତ ଚିନ୍ତାଧାରାରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.