fbpx

ଏବେଠୁ ଆବେଦନ କରନ୍ତୁ +୩ ଦ୍ୱିତୀୟ ପର୍ଯ୍ୟୟର ନାମଲେଖା: ସେପ୍ଟେମ୍ବର ୨୯ ତାରିଖରେ ସରିବ ଆଡ଼ମିଶନ ପକ୍ରିୟା

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ଠାରୁ +୩ ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ଆବେଦନ ସାମସ ତରଫରୁ ଗ୍ରହଣ କରାଯାଉଛି । ଆଗ୍ରହୀ ଛୀତ୍ରଛାତ୍ରୀମାନେ ୨୯ ସେପ୍ଟେମ୍ବର ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ । ଏହାର ମେଧା ତାଲିକା ସେପ୍ଟେ୍ମ୍ବର ୨ତାରିଖ ୪ଟାରେ ପ୍ରକାଶ ପାଇବ । ତାଲିକାରେ ସିଲେକ୍ଟ ହୋଇଥିବା ଛାତ୍ରଛାତ୍ରୀ ୩ରୁ ୬ ତାରିଖରେ କଲେଜରେ ନାମ ଲେଖେଇ ପାରିବେ ।

ସେହିପରି ବାକି ରହଥିବା ୱେଟିଙ୍ଗ୍ ତାଲିକାରେ ବଳକା ରହିଥିବା ଛାତ୍ରଛାତ୍ରୀ ସେମାନେ ଆବେଦନ କରିଥିବା କଲେଜରୁ ଲ୍‌‌ ଓ ହ୍ୱାଟ୍ସଆପ୍‌‌ ଜରିଆରେ ନାମଲେଖା ପାଇଁ ଅବଗତ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ୱେଟିଙ୍ଗ୍ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୧୦ ତାରିଖ ଅପରାହ୍ନ ୨ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ତାଙ୍କ ନୋଟିସ ବୋର୍ଡ ଏବଂ ୱେବ୍‌‌ସାଇଟରେ ପ୍ରକାଶ କରିବେ ଏବଂ ୧୧ ଓ ୧୨ ତାରିଖରେ ତାଙ୍କ ନାମଲେଖା ହେବ। ଏନେଇ ଉଚ୍ଚଶିକ୍ଷା ବିବାଗ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.