fbpx

ରାଜ୍ୟରେ ଭତ୍ତା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ନେତାଙ୍କ ବିସ୍ଫୋରକ ବୟାନ: କଥାକାମ ସମାନ ନରଖିଲେ ଟାର୍ଗେଟ କରିବେ ବିଜେଡି

ଭୁବନେଶ୍ୱର: ବିରେଧୀ ଦଳର ନେତା ନବୀନ ପଟ୍ଟନାୟକ ଭତ୍ତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ତାଙ୍କର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ରାଜ୍ୟର ଶାସକଦଳ ତାଙ୍କର ପ୍ରତିଶୃତି ଅନୁସାରେ ମଧୁବାବୁ ପେନସନ ଯୋଜନାର ଭତ୍ତାଧାରୀଙ୍କୁ ୩ ହଜାରରୁ ୩୫ ଶହ ଟଙ୍କା ପର୍ଯ୍ୟନ୍ତ ଭତ୍ତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଘୋଷଣା ଅନୁସାରେ ଏହାକୁ ପାଳନ କରାଯାଉନାହିଁ । ଏହା ସମସ୍ତ ଭତ୍ତାଧାରୀଙ୍କ ପାଇଁ ଏକପ୍ରକାରର ଛଳନା କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ସେହିପରି ଏହି ଯୋଜନାରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନଙ୍କୁ ସାମିଲ ଯାଇଥିଲା । କିନ୍ତୁ ଏବେ ବଜଟରେ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଏଥିରେ ନବାନ ପଟ୍ଟନାୟକ କହିଥିବା କଥାର ରକ୍ଷା ନକରିବାରୁ ରୀଜ୍ୟ ସରକାରଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ, ସେ ଆହୁରି କହିଛନ୍ତି ବିଜେଡି ତାହାର ପ୍ରତି ପଞ୍ଚାୟତରେ ୧୬ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

ପ୍ରତି କର୍ମୀ ଓ ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ। ବରିଷ୍ଠ ନାଗରିକଙ୍କ ଲାଗି ବିଜେଡି ସବୁବେଳେ ଆଗକୁ ବାହାରିିବ । ବିଜେପି କହିଥିବା ସମସ୍ତ କାର୍ଯ୍ୟକୁ ଠିକ ଭାବରେ ନକରିଲେ ବିରୋଧୀ ଦଳ ସବୁବେଳେ ଘେରିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.