fbpx

Night Shift Duty କରୁଥିଲେ ସାବଧାନ୍! ଆପଣଙ୍କୁ ବି ହୋଇପାରେ କ୍ୟାନ୍ସର: ଏହି କାରଣ ଆଣିପାରେ ବଡ଼ ବିପଦ

ନୂଆଦିଲ୍ଲୀ: ଚାକିରି କ୍ଷେତ୍ରରେ ଅନେକ ଲୋକ ରାତ୍ରି ସମୟରେ(Night Shift Duty) କାର୍ଯ୍ୟ କରନ୍ତି । ବିଶେଷ କରି ଡାକ୍ତର, ପୋଲିସ, ସାମ୍ବାଦିକତା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ବିଭାଗରେ ରାତି ସମୟରେ ମଧ୍ୟ ଅଫିସ କର୍ମଚାରୀ ଡ୍ୟୁଟିରେ ରହିଥାନ୍ତି । ଏହା ବ୍ୟତୀତ ଆହୁରି ଅନେକ କାରଣ ବା ଖରାପ ଅଭ୍ୟାସ ପାଇଁ ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିଥାନ୍ତି । ତେବେ ଏହି ଅଭ୍ୟାସ ଥିଲେ ବର୍ତ୍ତମାନଠାରୁ ହିଁ ସାବଧାନ ହୋଇ ଯାଆନ୍ତୁ । କାରଣର ଏଭଳି ଖରାପ ଅଭ୍ୟାସ ଆପଣଙ୍କ ଦେହରେ ଏକ ବଡ଼ ରୋଗ ସୃଷ୍ଟି କରିପାରେ । ରାତିରେ କମ୍ ଶୋଇବା ଦ୍ୱାରା ଆପଣ କ୍ୟାନ୍ସର ଭଳି ରୋଗର ଶିକାର ହୋଇପାରନ୍ତି । ଏ ନେଇ ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ଦ୍ୱାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଆକ୍ରାନ୍ତ କରିପାରେ । ଏହା ପଛରେ ଏକ ହରମୋନ ମୁଖ୍ୟ କାରଣ ପାଲଟିଥାଏ । ଏହି ହରମୋନ ଯୋଗୁଁ ମଣିଷ ଶରୀରର ‘ବାୟୋଲୋଜିକାଲ କ୍ଲକ’ ଖରାପ ହୋଇଥାଏ । ଯାହାଫଳରେ ମଣିଷ ଶରୀରରେ ସ୍ତନ କର୍କଟ, କୋଲୋନ୍, ଓଭାରି ଏବଂ ପ୍ରୋଷ୍ଟେଟ କ୍ୟାନ୍ସର ଭଳି ରୋଗର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଏହାବ୍ୟତୀତ ସମ୍ପୂର୍ଣ୍ଣ ଶରୀରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ଏ ନେଇ ଦିଲ୍ଲୀସ୍ଥିତ ସର୍ବୋଦୟ ହସ୍ପିଟାଲର କ୍ୟାନ୍ସର ରୋଗ ବିଶେଷଜ୍ଞ ଡା. ଦିନେଶ ପେଣ୍ଢାକରକର କହିଛନ୍ତି ଯେ, ମଣିଷ ଶରୀରରେ ମେଲାଟୋନିନ ହରମୋନ୍ ରାତି ସମୟରେ ଅଧିକ ରିଲିଜ ହୋଇଥାଏ । ଏହା ମସ୍ତିସ୍କରୁ ବାହାରି ସମଗ୍ର ଶରୀରରେ ପହଞ୍ଚିବା ସହ ମଣିଷକୁ ଗଭୀର ନିଦ୍ରା ଆଣିଥାଏ । ଆଜିକାଲି ଅଧିକାଂଶ ଲୋକେ ବିଳମ୍ବିତ ରାତିରେ ହାଲକା ଆଲୋକରେ ଗାଧୋଉଥିବାରୁ ମେଲାଟୋନିନ୍ ହରମୋନ୍ ଖୁବ କମ୍ କ୍ଷରଣ ହୋଇଥାଏ । ଏହି ହରମୋନ୍ ସର୍କେଡିୟନ୍ ଲୟକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଶରୀରରେ ମେଲାଟୋନିନ୍ ଲେବୁଲ ଏବଂ କୋଲୋରେକ୍ଟଲ, ପ୍ରୋଷ୍ଟେଟ, ବ୍ରେଷ୍ଟ, ଗ୍ୟାଷ୍ଟ୍ରିକ, ଓଭାରିୟନ୍, ଫୁସଫୁସ ଏବଂ ଓରାଲ କ୍ୟାନ୍ସର ସହିତ ଏକ ସିଧା ସମ୍ବନ୍ଧ ରହିଛି ।

ରାତିରେ ଶୋଇବା ସାଧାରଣ ସମୟରେ ହିଁ ମେଲାଟୋନିନ୍ ଉତ୍ପାଦନ ମୁକ୍ତ ହୁଏ । କିନ୍ତୁ ଯଦି କୌଣସି କାରଣରୁ ଆପଣ ସଠିକ୍ ଭାବରେ ଶୋଇ ପାରୁନାହାଁନ୍ତି, ତେବେ ଶରୀରରେ ମେଲାଟୋନିନ୍ ପରିମାଣ ହ୍ରାସ ହୋଇଥାଏ । ଏହା ଅନେକ ପ୍ରକାରର କ୍ୟାନ୍ସର ହେବାର ସମ୍ଭାବନାକୁ ବୃଦ୍ଧି କରିଥାଏ । ତେଣୁ, ଯେଉଁମାନେ ନାଇଟ୍ ସିଫ୍ଟରେ କାମ କରନ୍ତି, ସେମାନଙ୍କୁ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ ରହିଛି ।

Get real time updates directly on you device, subscribe now.