fbpx

Video; ଖଣ୍ଡା-ତଲୱାର ଧାର କରୁଛନ୍ତି ବାଂଲାଦେଶୀ ହିନ୍ଦୁ, ଶୁଭୁଛି ‘ଅୟୀଗିରି ନନ୍ଦିନୀ ନନ୍ଦିତ ମେଦିନୀ’ର ସ୍ୱର…

ନୂଆଦିଲ୍ଲୀ: ଖରାପ ହେବାରେ ଲାଗିଛି ବାଂଲାଦେଶରେ ସ୍ଥିତି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଓ ଅନ୍ୟମାନଙ୍କ) ବିରୋଧରେ ଆରମ୍ଭ ହୋଇଛି ହିଂସା । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ, କରୁଛନ୍ତି ପ୍ରତିବାଦ । କେଉଁଠି ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର ଓ ଜୟ ଶ୍ରୀରାମ ନାମ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତ, ଆଉ କେଉଁଠି ଆସ୍ତ୍ର ଶସ୍ତ୍ର ଧରି ବୁଲୁଛନ୍ତି ।

ଏବେ ତ ଗେରୁଆ ରଙ୍ଗର ପୋଷାକ ପିନ୍ଧି ହିନ୍ଦୁ ମାନେ ଏକତା ଦେଖାଉଛନ୍ତି । ଢ଼ାକା ସହରରେ ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, ଥରି ଉଠୁଛି ବାଂଲାଦେଶ । ସେପଟେ ଭାଇରାଲ ହେଉଛି ଖଣ୍ଡା-ତଲୱାର ସବୁକୁ ଧାର କରୁଛନ୍ତି । ଶୁଭୁଛି ‘ଅୟୀଗିରି ନନ୍ଦିନୀ ନନ୍ଦିତ ମେଦିନୀ’ର ସ୍ୱର…। ଯାହା ସୋସିଆଲ ମିଡିଆରେ କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି ।

Get real time updates directly on you device, subscribe now.