fbpx

ଓଡିଶା ଆସିବେ ବିଜେପିର କେନ୍ଦ୍ର ନେତୃମଣ୍ଡଳୀ: ସମସ୍ତ ନୂଆ ପୁରୁଣା ବିଧାୟକ ମାନଙ୍କୁ ଦେବେ ଗୁରୁଜ୍ଞାନ

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୭ ଓ ୧୮ ଦୁଇ ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ୱାର୍କସପ୍ । ଏହି ଅବସରରେ ନୂଆକରି ହୋଇଥିବା ସମସ୍ତ ବିଧାୟକମାନଙ୍କୁ ଜେପି ନଡ୍ଡା ଦେବେ ଗୁରଜ୍ଞାନ । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ୟ୍ୟକ୍ରମରେ ଯୋଗଦେବେ ।

ସେହିପରି ବିରୋଧୀ ଦଳର ବିଧାୟକମାନଙ୍କୁ ମଧ୍ୟ ଗୃହ ପରିଚାଳନା ପାଇଁ ଟିପ୍ସ ଦେବା ସହ ବିଧାନସଭା ଆଇନ କାନୁନ ସଂପର୍କରେ ଅବଗତ କରାଇବେ ଦୁଇ କେନ୍ଦ୍ରମନ୍ତ୍ରୀ । ଅଗଷ୍ଟ ୧୭ ତାରିଖରେ ଦିନିକିଆ ଗସ୍ତରେ ଆସି ବିଧାୟକଙ୍କୁ ଟ୍ରେନିଂ ଦେବେ କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।

ଓଡିଶାର ଶାସନ ଭାର ସମ୍ଭାଳିବା ପରେ ଦଳର ଏହା ହେବ ପ୍ରଥମ କୋର୍ କମିଟି ବୈଠକ । ଏଥିରେ କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ଦୁଇ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡୀ ଉପସ୍ଥିତ ରହିବେ । ରାଜ୍ୟ ବିଜେପି ପକ୍ଷରୁ କୋର କମିଟି ବୈଠକ ଆସନ୍ତା ୧୬ ତାରିଖରେ ହେବାକୁ ଯାଉଛି ।

Get real time updates directly on you device, subscribe now.