fbpx

Xiaomi ଆଣୁଛି ନୂଆ ଫିଚର: ଆପଣଙ୍କ ଫୋନକୁ ଆସୁଥିବା Ads ଗୋଟିଏ କ୍ଲିକରେ ବନ୍ଦ ହୋଇଯିବ

ନୂଆଦିଲ୍ଲୀ: ସାଧାରଣ ଭାବେ ମୋବାଇଲରେ ଆଡସକୁ ନେଇ ଗ୍ରାହକମାନେ ଅଧିକାଂଶ ସମୟରେ ଅଭିଯୋଗ ଆଣିଥାନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ସାଓମୀ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ସହାୟତାରେ ୟୁଜର୍ସ କେବଳ ଗୋଟିଏ କ୍ଲିକ କରି ନିଜ ଫୋନକୁ ଆସୁଥିବା ଆଡସକୁ ଡିସେବଲ କରିପାରିବେ । ଏହି ଫିଚରକୁ ଟେଷ୍ଟି ସମୟରେ ସ୍ପଷ୍ଟ କରାଯାଇଥିବା ବେଳେ ଖୁବଶୀଘ୍ର ଏହି ଫିଚରକୁ କମ୍ପାନୀ ରିଲିଜ୍ କରିବ ବୋଲି କୁହାଯାଇଛି ।

ଖବର ମୁତାବକ, ସାଓମୀ ଖୁବଶୀଘ୍ର ହାଇପର ଓଏସରେ ଏକ ନୂଆ ଫିଚର ଯୋଡ଼ିପାରେ । ଉକ୍ତ ଫିଚରର ସହାୟତାରେ ୟୁଜର୍ସ ସହଜରେ ଆଡସକୁ ଡିସେବଲ କରିପାରିବେ । ସାଓମୀର ଏମଆଇୟୁଆଇରେ ଅନେକ ଫିଚର ରହିଥିଲେ ହେଁ ଫୋନରେ ଆଡସକୁ ନେଇ ଅଧିକାଂଶ ସମୟରେ ଗ୍ରାହକମାନେ ଅଭିଯୋଗ ଆଣିଥାନ୍ତି । ତେଣୁ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କମ୍ପାନୀ ଏହାକୁ ଦୂର କରିବା ଉପରେ ପ୍ରୟାସ ଜାରି ରଖିଛି । କମ୍ପାନୀ ଏବେ ୟୁଜର୍ସଙ୍କୁ ଡିଫଲ୍ଟ ଆପ୍ସକୁ ଅନଇନଷ୍ଟଲ କରିବାର ବିକଳ୍ପ ଦେଉଛି । ଏଥିସହିତ ୟୁଜର୍ସ ରେକମେଣ୍ଡେଡ ଆପ୍ସ ଓ ଆଡସକୁ ମଧ୍ୟ ବନ୍ଦ କରିପାରିବେ ।

ସାଓମୀ ୟୁଜର୍ସ ଗୋଟିଏ କ୍ଲିକ କରି ପୂରା ସିଷ୍ଟର ଆଡସକୁ ଅଫ୍ କରିପାରିବେ । ସାଓମାୀ ଫୋନରେ ଦେଖାଯାଉଥିବା ଆଡସରୁ କମ୍ପାନୀକୁ ବହୁତ ଫାଇଦା ହୋଇଥାଏ । ସ୍ମାର୍ଟପ୍ରିକ୍ସର ରିପୋର୍ଟ ମୁତାବକ, ପୂରା ସିଷ୍ଟମର ଆଡସକୁ ଅଫ୍ କରିବା ପାଇଁ ସାଓମୀ କେବଳ କେବଳ ଗୋଟିଏ କ୍ଲିକ ଫିଚର ଉପରେ କାମ କରୁଛି । ଏହି ଫିଚରକୁ କମ୍ପାନୀ ୧୩ ପ୍ରୋ ଉପରେ ଟେଷ୍ଟ କରୁଛି । ଏବେ ମଧ୍ୟ ୟୁଜର୍ସ ସିଷ୍ଟମ-ୱାଇଡ ଆଡସକୁ ଅଫ୍ କରିପାରିବେ । ମାତ୍ର ସେଥିପାଇଁ ସେମାନଙ୍କୁ ଅନେକ ଷ୍ଟେପସକୁ ଫଲୋ କରିବାକୁ ପଡ଼ିବ । ଏଥିପାଇଁ ଅଧିକ ସମୟ ଲାଗିଥାଏ, ଫଳରେ ଏହି ପ୍ରୋସେସକୁ ୟୁଜର୍ସ ପୂରା କରିପାରନ୍ତି ନାହିଁ । ତେଣୁ ଏପରି ସ୍ଥିତିରେ ଯଦି ସାଇମୀ ନୂଆ ଫିଚର ରୋଲଆଉଟ୍ କରେ, ତେବେ ଏହାଦ୍ୱାରା ୟୁଜର୍ସଙ୍କୁ ଅନେକ ଫାଇଦା ମିଳିବ । କମ୍ପାନୀ ପକ୍ଷରୁ ଏ ବାବଦରେ କୌଣସି ସୂଚନା ଜାରି କରାଯାଇନାହିଁ ।

Get real time updates directly on you device, subscribe now.