fbpx

Nirf Ranking : ନୈରାଶ୍ୟଜନକ ପ୍ରଦର୍ଶନକୁ ଦୋହରାଇଲା ଓଡିଶାର ସରକାରୀ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ୧୦୦ ରେ ଓଡିଶାର ମାତ୍ର ୩

ଓଡିଶା ଭାସ୍କର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (Nirf )-୨୦୨୪ ରେ ଓଡିଶା ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ମୋଟ ୧୬ ଟି ବର୍ଗକୁ ନେଇ ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥାଏ । ଏହି ର‌୍ୟାଙ୍ଗିଙ୍ଗରେ ଶ୍ରେଷ୍ଠ ୧୦୦ ରେ ଓଡିଶାର ମାତ୍ର ୩ ଟି ଶିକ୍ଷାନୁଷ୍ଠାନ କହିଛି । ଯାହା ଓଡିଶାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୋଆ ବିଶ୍ୱ ବିଦ୍ୟାଳୟ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ଏହି ର‌୍ୟାଙ୍କିଙ୍ଗରେ । ସେହିଭଳି କିଟ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ ଓଡିଶାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟି । ସେପଟେ ର‌୍ୟାଙ୍କିଙ୍ଗର କୃଷି ବିଶ୍ୱ ବିଦ୍ୟାଳୟ ବର୍ଗରେ ଓୟୁଏଟି ୧୫ ତମ ସ୍ଥାନରେ ରହିଛି । ସବୁ ବିଭାଗକୁ ମିଶାଇ ସାମଗ୍ରିକ ସଫଳତା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ଡିମଡ ବିଶ୍ୱ ବିଦ୍ୟାଳୟ ୨୪ ତମ ସ୍ଥାନରେ ରହିଛି । କିଟ ଏହି ତାଲିକାରେ ୨୮ ତମ ସ୍ଥାନ ପାଇଛି । ସେହିଭଳି ଏନଆଇଟି ରାଉରକେଲା ୩୪ ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଆଇଆଇଟି ଭୁବନେଶ୍ୱର ନିରାଶ କରିଛି । ଏନଆଇଆରଏଫ ର‌୍ୟାଙ୍କିଙ୍ଗରେ ଏହି ବିଶ୍ୱବିଦ୍ୟାଳୟ ୨୦୨୧ ମସିହାରେ ୫୮ ତମ,୨୦୨୨ ମସିହାରେ ୬୫ ତମ ତଥା ୨୦୨୩ ମସିହାରେ ୯୧ ତମ ସ୍ଥାନରେ ଥିଲା । ଚଳିତବର୍ଷ କିନ୍ତୁ ଏହିବର୍ଷ ଏହି ବିଶ୍ୱବିଦ୍ୟାଳୟ ୧୦୧ ରୁ ୧୫୦ ମଧ୍ୟକୁ ଚାଲିଯାଇଛି ।

ତେବେ କହିରଖୁ, ଏନଆଇଆରଏଫ ର‌୍ୟାଙ୍କିଙ୍ଗ ସ୍ନାତକ ଫଳାଫଳ, ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷଣ ଓ ସମ୍ବଳ,ଗବେଷଣା ଓ ବୃତ୍ତିଗତ ଅଭ୍ୟାସ ଭଳି ମାନଦଣ୍ଡକୁ ଆଧାର କରି କରାଯାଇଥାଏ । ଏହି ର‌୍ୟାଙ୍କିଙ୍ଗରେ ଓଡିଶା ଦୀର୍ଘ ବର୍ଷ ହେବ ଖରାଫ ପ୍ରଦର୍ଶନ କରି ଆସୁଛି । ଚଳିତବର୍ଷ ମଧ୍ୟ ନିରାଶ କରିଛି ଓଡିଶା ।

Get real time updates directly on you device, subscribe now.