fbpx

Rohit- Virat: ହରଭଜନ ସିଂ କହିଲେ ରୋହିତ –ବିରାଟ କେବେ ନେବେ ସନ୍ୟାସ, ପ୍ରଶଂସକ ଭାବିଲେ..

ହରଭଜନ ସିଂ କହିଲେ ରୋହିତ –ବିରାଟ କେବେ ନେବେ ସନ୍ୟାସ, ପ୍ରଶଂସକ ଖୁସି..
ଓଡିଶା ଭାସ୍କର: ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକଫ ଜିତିବା ପରେ ଏହି ଫର୍ମାଟରୁ ସନ୍ୟାସ ନେଇ ସାରିଛନ୍ତି । ଇତି ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ଏକ ବୟାନ ଆସିଛି ଏହି ଦୁଇ ଜଣଙ୍କୁ ନେଇ । ସେମାନେ କ୍ରିକେଟରୁ କେବେ ଅବସର ନେବା କଥା ତାହା ଜଣାଇଛନ୍ତି ହରଭଜନ ସିଂ । ଯାହା ଫଳରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରିବ । ପୂର୍ବତନ ଭାରତୀୟ ସ୍ପିନର ସେମାନଙ୍କ ଫିଟନେସକୁ ନେଇ ଏ କଥା କହିଛନ୍ତି ।

ଭଜ୍ଜି କହିଛନ୍ତି ଯେ, ରୋହିତ ଆରାମରେ ଆଉ ୨ ବର୍ଷ କ୍ରିକେଟ ଖେଳିପାରିବେ । ସେହିଭଳି ବିରାଟଙ୍କ ଫିଟନେସର କଥା କହିହେବ ନାହିଁ ବୋଲି କହିଛନ୍ତି । ସେ ଭାରତୀୟ ଦଳର ସବୁଠୁ ଫିଟ ଖେଳାଳି । ଭଜ୍ଜି ଆହୁରି କହିଛନ୍ତି ଯେ, ଫିଟନେସରେ ବିରାଟଙ୍କ ସହ ପ୍ରତିସ୍ପର୍ଦ୍ଧା କରୁଥିବା ଜଣେ ୧୯ ବର୍ଷୀୟ ଖେଳାଳିଙ୍କୁ ପଚାରନ୍ତୁ ବିରାଟ କିଏ ।

ସେମାନଙ୍କୁ ବି ବିରାଟ ଆରାମରେ ମାତ ଦେଇ ପାରିବେ । କିଙ୍ଗ କୋହଲି ଓ ହିଟମ୍ୟାନ ରୋହିତ ଶର୍ମାଙ୍କ ପାଖରେ ବହୁତ କ୍ରିକେଟ ବାକି ଥିବା ଭଜ୍ଜି କହିଛନ୍ତି । ଯଦି ଉଭୟ ଫିଟ ରୁହନ୍ତି, ପରଫର୍ମ ଭଲ କରନ୍ତି ଓ ଦଳ ଜିତୁଥାଏ, ତେବେ ସେମାନେ ଖେଳିବା ଜାରି ରଖିବା ଉଚିତ ବୋଲି ଏହି ଭାରତୀୟ ପୂର୍ବ ସ୍ପିନର ଜଣାଇଛନ୍ତି ।

ଏହାବାଦ ହରଭଜନ ସିଂ ବିରାଟ ଓ ରୋହିତଙ୍କ ଭୂମିକା ଟେଷ୍ଟ କ୍ରିକେଟରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଜଣାଇଛନ୍ତି । ସବୁପ୍ରକାର ଫର୍ମାଟରେ ଭଲ ଖେଳିବା ଉଚିତ ବୋଲି ମଧ୍ୟ ଭଜ୍ଜି ପ୍ରକାଶ କରିଛନ୍ତି । ଯାହାଫଳରେ ଆଗାମୀ ଟ୍ୟାଲେଣ୍ଟଙ୍କୁ ମଧ୍ୟ ଏହା ପ୍ରଭାବିତ କରିବ ଓ ସେମାନେ ମଧ୍ୟ ଭଲ କ୍ରିକେଟ ଖେଳିବା ପାଇଁ ପାଗଳ ହୋଇଯିବେ । ଚୟନକର୍ତ୍ତାଙ୍କୁ ମଧ୍ୟ ଜଣେ ବରିଷ୍ଠ କିମ୍ବା କନିଷ୍ଠ ଖେଳାଳି ଯଦି ଭଳ ପ୍ରଦର୍ଶନ ନ କରୁଛି, ତେବେ ତାକୁ ଦଳରୁ ବାହାର କରିଦେବା ଉଚିତ ବୋଲି ଭଜ୍ଜି ଜଣାଇଛନ୍ତି ।

Get real time updates directly on you device, subscribe now.