fbpx

ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା: ଅଗଷ୍ଟ ୧୭ରେ ହେବ OTET, ଗୋଟିଏ ଦିନରେ ଏକାଧିକ ନିଯୁକ୍ତି ପରୀକ୍ଷା, ଚିନ୍ତାରେ ହଜାର ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ତାରିଖ ଘୁଞ୍ଚିବନି । ଅଗଷ୍ଟ ୧୭ରେ ହେବ ଓଟିଇଟି । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଟିଇଟିକୁ ଘୁଞ୍ଚାଇବାକୁ ଦାବି କରାଯାଇଥିବା ବେଳେ ସେ ବାବଦରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏହାଫଳରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା କେମିତି ଦେବେ ସେନେଇ ଏବେ ହଜାର ହଜାର ପରୀକ୍ଷାର୍ଥୀ ଚିନ୍ତାରେ ପଡ଼ିଯାଇଛନ୍ତି ।

ସୂଚନା ମୁତାବକ, ଅଗଷ୍ଟ ୧୭ରେ ଓଟିଓଟି ଭଳି ବିଭିନ୍ନ ନିଯୁକ୍ତି ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷା ରହିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ଦ୍ୱାରା ଅଗଷ୍ଟ ୧୨ରୁ ୨୦ ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତିର ସାକ୍ଷାତକାର ପରୀକ୍ଷା, ରାଜ୍ୟ ବାହାରର ବିଭିନ୍ନ ୟୁନିଭରସିଟି ଅଧିନରେ ବିଏଡ୍ କରୁଥିବା ପ୍ରାର୍ଥୀଙ୍କର ସେମିଷ୍ଟର ପରୀକ୍ଷା, ଉତ୍କଳ ୟୁନିଭରସିଟି ସମେତ ବହୁ ୟୁନିଭରସିଟିରେ ମଧ୍ୟ ସେହିଦିନ ପରୀକ୍ଷା ତାରିଖ ରହିଛି । କିଛି ପ୍ରାର୍ଥୀ ଓଟିଇଟି ପାଇଁ ଆବେଦନ କରିଥିବା ବେଳେ ଅନ୍ୟ ପରୀକ୍ଷା ପାଇଁ ମଧ୍ୟ ଆବେଦନ କରିଛନ୍ତି । ତେଣୁ ସେମାନେ ଏବେ ଓଟିଇଟି ପରୀକ୍ଷା ଦେବେ କି ନା ସେନେଇ ଚିନ୍ତାରେ ରହିଛନ୍ତି । ବୋର୍ଡର ଏହି ନିଷ୍ପତ୍ତି ଫଳରେ ଏବେ ବହୁ ପରୀକ୍ଷାର୍ଥୀଙ୍କ ମହଲରେ ଅସନ୍ତୋଷର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.