fbpx

କିଏ ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଆରଏସଏସ ଓ ବିଜେପି ଭିତରେ ଟକ୍କର, ନଜରରେ ଅଛି ବାଂଲାଦେଶୀ ହିନ୍ଦୁଙ୍କ ଭବିଷ୍ୟତ

ଓଡିଶା ଭାସ୍କର: ଆଗାମୀ ବିଜେପି ଅଧ୍ୟକ୍ଷ କିଏ ହେବ ଓ ଏହି ପଦ ପାଇଁ ନିର୍ବାଚନ କେବେ ହେବ – ଏହାକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି । ଏହି ମାସରେ ପଲକଡରେ ହେବାକୁ ଥିବା ସଂଘ ପରିବାରର ସହଯୋଗୀଙ୍କ ଔପଚାରିକ ‘ସମନ୍ୱୟ’ ବୈଠକ ପୂର୍ବରୁ ବିଜେପି ଓ ଆରଏସଏସ ମଧ୍ୟରେ ଏଥିପାଇଁ ମାନସମନ୍ଥନ ହେଉଛି ।

ରବିବାର ସନ୍ଧ୍ୟାରେ ଏହାକୁ ନେଇ ରାଜନାଥ ସିଂଙ୍କ ବାସଭବନରେ ପାଞ୍ଚ ଘଣ୍ଟା ଧରି ମାରାଥନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ବୈଠକରେ ଆରଏସଏସନେତା ଦତ୍ତାତ୍ରେୟ ହୋସବେଲେ ଓ ସଂଯୁକ୍ତ ମହାସଚିବ ଅରୁଣ କୁମାରଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ ।

ସୂତ୍ରରୁ ପ୍ରକାଶ ପାଇଛି ଯେ, ଆଗାମୀ ଭାଜପା ଅଧ୍ୟକ୍ଷଙ୍କ ବାବଦରେ ଦୁଇଟି ବିଚାରଧାରା ଆସିଛି । ଗୋଟିଏ ହେଉଛି ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଜଣକୁ ଦାୟିତ୍ୱ ପ୍ରଦାନ କରାଯିବ । ଦ୍ୱିତୀୟଟି ହେଉଛି ମହାରାଷ୍ଟ୍ର, ହରିୟାଣା ତଥା ଝାଡଖଣ୍ଡ ନିର୍ବାଚନ ପରେ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ନାମ ଘୋଷଣା ହେବ । ତେବେ ଏହି ବୈଠକରେ କାହାର ବିଜୟ ହୋଇଛି ତାହାର ସ୍ପଷ୍ଟତା ଏଯାଏଁ ଜଣା ପଡି ନାହିଁ । କହିରଖୁ, ବିଜେପି ସ୍ପଷ୍ଟ କରି ସାରିଛି ଯେ, ଆଗାମୀ ବିଜେପି ଅଧ୍ୟକ୍ଷଙ୍କ ନିର୍ବାଚନ ଆରଏସଏସର ସକ୍ରିୟ ପରାମର୍ଶକ୍ରମେ ହିଁ ହେବ ।

Get real time updates directly on you device, subscribe now.