fbpx

କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣା, ରାଗିଲେ କଙ୍ଗନା, ଉଠାଇଲେ CBI ଯାଞ୍ଚ ଦାବି

ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀ ଓ ବିଜେପି ସାଂସଦ କଙ୍ଗନା ରନୌତ କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣାରେ ସିବିଆଇ ଯାଞ୍ଚର ଦାବି କରିଛନ୍ତି । ଆରଜୀ କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଏହି ଅମାନବୀୟ, ଲଜ୍ଜିତ ତଥା କଳଙ୍କିତ ଘଟଣାରେ ସାରା ଦେଶ ଏବେ ସ୍ତବ୍ଧ । ଜଣେ ମହିଳା ପ୍ରଶିକ୍ଷଣରତ ଡାକ୍ତରଙ୍କ ସହ ହୋଇଥିବା ଏହି ଦୁଷ୍କର୍ମ ଏବେ ସାରା ଦେଶରେ କଳଙ୍କିତ ଇତିହାସ ହୋଇ ରହିଯାଇଛି । ଏଭଳି ପରିସ୍ଥିତିରେ ବଲିଉଡ ବାର୍ଡ କଙ୍ଗନା ରନୌତ ଏହି ଘଟଣାର ନିନ୍ଦା କରିବା ସହ ସରକାରଙ୍କୁ ଏକ ବଡ ଅପିଲ କରିଛନ୍ତି ।

କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣାକୁ ନେଇ ବିରୋଧ ବଢୁଥିବା ସମୟରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ଟିକେଟରେ ସାଂସଦ ହୋଇଥିବା କଙ୍ଗନା ନିଜର ମୁହଁ ଖୋଲିଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଡରେ ସେ ଘଟଣାକୁ ନେଇ ରାଗିବା ସହ ନିନ୍ଦା କରିଛନ୍ତି । ବଲିଉଡ ଅଭିନେତ୍ରୀ କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ, କୋଲକାତା ସରକାରୀ ଆରଜୀ କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ପ୍ରଶିକ୍ଷଣରତ ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ-ହତ୍ୟା ବହୁତ ଭୟାନକ ଅଟେ ।

ଏହାବାଦ କଙ୍ଗନା ଆହୁରି ଲେଖିଛନ୍ତି ଯେ, ଶୁକ୍ରବାର ସକାଳୁ ସେମିନାର ହଲରେ ମହିଳା ପ୍ରଶିକ୍ଷଣରତ ସ୍ନାତକୋତ୍ତର ଡାକ୍ତରଙ୍କ ଅର୍ଦ୍ଧ-ନଗ୍ନ ଶବ ମିଳିଥିଲା । ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ତାଙ୍କ ଶରୀରରେ କ୍ଷତ ମଧ୍ୟ ରହିଛି ବୋଲି କଙ୍ଗନା କହିଛନ୍ତି । ସେପଟେ କଙ୍ଗନା ଲେଖିଛନ୍ତି ଯେ, ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଏହାର ପ୍ରମାଣ ଭାବରେ ଉଭା ହୋସାରିଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସିବିଆଇ ଯାଞ୍ଚ ମାଧ୍ୟମରେ କଠୋର ସାସ୍ତି ଦେବାର ଆବଶ୍ୟକତା ରହିଛି ବୋଲି ରାଗିକି କ୍ଷୋଭ ପ୍ରକାଶ କରି କହିଛନ୍ତି ଏହି ବଲିଉଡ ବୁଲବୁଲ ।

Get real time updates directly on you device, subscribe now.