fbpx

ଆମେରିକାରେ କେତେ ଟଙ୍କା ଦେଇ ଲୋକେ ପେଟ୍ରୋଲ କିଣନ୍ତି! ଭାରତଠୁ କମ ନା ବେଶୀ ଦାମ, ଜାଣିକି ଆଶ୍ଚର୍ଯ୍ୟ ହେବେ…

ଓଡିଶା ଭାସ୍କର: ସାରା ବିଶ୍ୱରେ ଗାଡିର ବହୁଳ ବ୍ୟବହାର ହୋଇଥାଏ । ମାତ୍ର ବିନା ପେଟ୍ରୋଲରେ ଗାଡି ଚାଲିବା ମୁସ୍କିଲ । ଇଲେକଟ୍ରିକ ଗାଡିକୁ ଛାଡି ପ୍ରାୟ ସମସ୍ତ ଗାଡି ପେଟ୍ରୋଲ ଉପରେ ନିର୍ଭର କରେ । ଫଳରେ ବୈଶ୍ୱିକସ୍ତରରେ ଏହାର ଦାମ ଭିନ୍ନ ଭିନ୍ନ ଥାଏ । ତେବେ ଆପଣ ଜାଣନ୍ତି ଆମେରିକାରେ ଏହା କେତେ ଟଙ୍କା ଅଟେ । ଜାଣନ୍ତୁ….

ପ୍ରକାଶଥାଉ ଯେ, ଭାରତରେ ପେଟ୍ରୋଲ ଉପରେ ଅଲଗା ଅଲଗା ରାଜ୍ୟ ଭିନ୍ନ ଭିନ୍ ଟ୍ୟାକ୍ସ ଲଗାଇ ଥାଆନ୍ତି । ବାକି ଦେଶରେ ମଧ୍ୟ ଟ୍ୟାକ୍ସ ଲଗାଇ ସରକାର ରାଜସ୍ୱ ପାଆନ୍ତି । ବିଶ୍ୱରେ ଅଲଗା ଅଲଗା ଦେଶରେ ଏହାର ଦାମ ଅଲଗା ଅଲଗା ଥାଏ । ଭାରତରେ ମଧ୍ୟ ଏହାର ଦାମରେ ପରିବର୍ତ୍ତନ ହେଉଥିବାର ଦେଖିବାକୁ ମିଳେ । ଏହା ବାହାରୁ ହେଉଥିବା ତେଲର ଆମଦାନୀ ଉପରେ ନିର୍ଭର କରେ । ତେବେ ଆମେରିକାରେ ଏହାର ଦାମ କେତେ!

କହିରଖୁ, ଆମେରିକାରେ ବର୍ତ୍ତମାନ ସମୟରେ ଗୋଟିଏ ଲିଟର ପେଟ୍ରୋଲର ଦାମ ପ୍ରାୟ ୦.୯୬ ଡଲାର ବା ପ୍ରାୟ ୮୦ ଟଙ୍କା । ଭାରତରେ ଏହାର ଦାମ ରାଜ୍ୟ ଅନୁସାରେ ନିର୍ଣ୍ଣିତ ହୁଏ । ଭାରତରେ ଏବେ ଏହାର ଦାମ ମୋଟାମୋଟି ଭାବରେ ପ୍ରାୟ ୯୦ ଟଙ୍କା ରହିଛି ।

Get real time updates directly on you device, subscribe now.