fbpx

ମଦ ପିଇବା ପରେ ମସ୍ତିଷ୍କ ସହ କଣ ହୋଇଥାଏ ? ସମୟ ପୁର୍ବରୁ ହୋଇଯାନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲି ପାର୍ଟିରେ ମଦ୍ୟପାନ କରିବା ଏକ ଷ୍ଟାଟସ୍ ଓ ଫ୍ୟାଶନ୍ ପାଲଟିଯାଇଛି । କିନ୍ତୁ ଅତ୍ୟାଧିକ ମାତ୍ରାରେ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ହାର୍ଟ ଫେଲୁଅର ଅଫ୍ ଦି ୟୁରୋପିୟନ୍ ସୋସାଇଟି ଆଫ୍ କାର୍ଡିଓଲୋଜିର ଏକ ରିପୋର୍ଟ ଅନୁଯାୟୀ ମଦ୍ୟପାନ କରିବା ଦ୍ୱାରା ବ୍ୟକ୍ତିର ହୃଦୟ,ମସ୍ତିଷ୍କ ସହ ଅନ୍ୟାନ୍ୟ ଅଂଗ ଉପରେ ଗଭୀର ପ୍ରଭାବ ପକାଇଥାଏ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଶରୀରର ନୁ୍ୟରନ୍ସ(ସ୍ନାୟୁ) ଆକାରରେ ପରିବର୍ତ୍ତନ ଦେଖାଦେଇଥାଏ । ମଦ୍ୟପାନ କରିବା ବୟସ୍କଙ୍କ ମସ୍ତିଷ୍କ ଅପେକ୍ଷା ଯୁବକଙ୍କ ମସ୍ତିଷ୍କ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ । କିଶୋରାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୋଇଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ହ୍ରାସ କରିଥାଏ । ଯୁବାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ବ୍ଲାକଆଉଟ୍ ଅର୍ଥାତ ସ୍ମରଣଶକ୍ତି ସହ ଜଡ଼ିତ ସମସ୍ୟା ଦେଖାଦେଇପାରେ । ପରବର୍ତ୍ତୀ ସମୟରେ ମସ୍ତିଷ୍କ ଏହାର ନିୟନ୍ତ୍ରଣ ବି ହରାଇଥାଏ ।

ଏହା ବ୍ୟତୀତ ଆଲକୋହଲିକ୍ ହେପାଟାଇଟିସ୍ ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତି ଯକୃତ ଓ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଜ୍ୱର, ବାନ୍ତି, ଜଣ୍ଡିସ୍ ଭଳି ସମସ୍ୟା ଦେଖାଦେଇଥାଏ । ଆଲକୋହଲିକ ଫ୍ୟାଟି ଲିଭର ଏପରି ଏକ ମେଡିକାଲ କଣ୍ଡିସନ୍ ଯେଉଁଥିରେ ଯକୃତରେ ଫ୍ୟାଟ୍ ମାତ୍ରା ଅଧିକ ରହିଥାଏ ।

Get real time updates directly on you device, subscribe now.