fbpx

(Video) ‘ସ୍ୱାଧୀନତା’ର ଅସଲି ଚମକ୍: ଦେଶଭକ୍ତି ଗୀତରେ Cute ଝିଅର ଜବରଦସ୍ତ Dance, କମ୍ପୁଛି ସୋସିଆଲ ମିଡିଆ

ଓଡ଼ିଶା ଭାସ୍କର: ଭାରତର ୭୮ତମ ସ୍ୱାଧୀନତା ଦିବସକୁ ଆଉ ୨ ଦିନ ବାକି ରହିଛି । କିନ୍ତୁ ଏବେଠାରୁ ଆକ୍ଟିଭ ହୋଇଗଲାଣି ସୋସିଆଲ ମିଡିଆ । ଫେସବୁକ, ଇନଷ୍ଟାଗ୍ରାମ ଇତ୍ୟାଦି ପ୍ଲାଟଫର୍ମରେ ଦେଶଭକ୍ତି ଗୀତକୁ ନେଇ ଅପଲୋଡ ହେଉଛି ରିଲ୍ ଏବଂ ଟ୍ରେଣ୍ଡିଂକୁ ଆସିଛି ସ୍ୱାଧୀନତା ଦିବସ ଓ ଅଗଷ୍ଟ ୧୫ । ଏହାଭିତରେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ କୁନି ଝିଅର କ୍ୟୁଟ ଡାନ୍ସ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଶାହରୁଖ ଖାନଙ୍କ ‘Happy New Year’ ଚଳଚ୍ଚିତ୍ରର ଲୋକପ୍ରିୟ ଗୀତ ‘ଇଣ୍ଡିଆ ୱାଲେ…’ରେ ଦମଦାର ଡାନ୍ସ କରୁଥିବା ଦେଖାଯାଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କୁନି ଝିଅଟି ତ୍ରିରଙ୍ଗା ଡ୍ରେସ ପିନ୍ଧି ଖୁବ ସୁନ୍ଦର ଡାନ୍ସ କରୁଥିବା ଦେଖାଯାଇଛି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ‘Happy New Year’ ଚଳଚ୍ଚିତ୍ରର ଖୁବ ଲୋକପ୍ରିୟ ‘ଇଣ୍ଡିଆ ୱାଲେ…’ ଗୀତରେ କୁନି ଝିଅଟି ନିଜ ଡାନ୍ସର ଟାଲେଣ୍ଟ ପ୍ରଦର୍ଶନ କରିଛି । ପିଲାଟିର ସରଳ ମନରୁ ଦମଦାର ଡାନ୍ସ ଷ୍ଟେପ୍ ସମସ୍ତଙ୍କ ହୃଦୟକୁ ଛୁଇଁପାରିଛି । ଗୀତର ପ୍ରତିଟି ଷ୍ଟେପ୍ ଅନୁସାରେ ଡାନ୍ସ କରି ସମସ୍ତଙ୍କୁ ବାନ୍ଧି ରଖି ପାରିଛି ଏହି କୁନି ଝିଅ । ଖୁବ ଛୋଟ ବୟସରେ ଏଭଳି ଡାନ୍ସ ଦେଖି ତାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶଂସା କରୁଛନ୍ତି ସୋସିଆଲ ମିଡିଆ ୟୁଜର ।

 

View this post on Instagram

 

A post shared by Aanya Patel (@adorable_aanyaa)

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ରେ adorable_aanyaa ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ ହୋଇଛି । ତେବେ କୁନି ଝିଅଟିର ଏହି ଭିଡିଓ ଦେଖି ସମସ୍ତଙ୍କ ମୁହଁରେ ହସ ଭରିଯାଇଛି । ଅନେକ ୟୁଜର ଏହି ଭିଡିଓକୁ ପସନ୍ଦ କରିବା ସହ ଏହାକୁ ସେୟାର କରିଛନ୍ତି । ଏହାବ୍ୟତୀତ ହଜାର ହଜାର ୟୁଜର ଏହି ଭିଡିଓରେ କମେଣ୍ଟ କରି ପିଲାଟିର ଡାନ୍ସକୁ ପ୍ରଶଂସା କରିଛନ୍ତି । ତେବେ ଏତେ କମ୍ ବୟସରୁ ଏମିତି ଡାନ୍ସ ପ୍ରକୃତରେ ସ୍ୱାଧୀନ ଦେଶରେ ହିଁ ସମ୍ଭବ ବୋଲି କୁହାଯାଇଛି ।

Get real time updates directly on you device, subscribe now.