fbpx

ବଡ଼ ଅଘଟଣ: ବିହାରରେ ବିଜେପି ନେତା ଅଜୟ ଶାହଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଏକ ବଡ଼ ଖବର । ବିହାରର ରାଜଧାନୀ ପାଟନାରେ ବିଜେପି ନେତା ଅଜୟ ଶାହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତକାଲି ରାତି ୧୦ଟା ସମୟରେ ଏହି ଅଘଟଣ ଘଟିଥିଲା । ଦୁଇଜଣ ଅଜ୍ଞାତ ଦୁର୍ବୃତ୍ତ ବାଇକାରେ ଆସି ବିଜିନେସମ୍ୟାନ ଅଜୟଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ପୋଲିସ ସେମାନଙ୍କ ସନ୍ଧାନରେ ରହିଛି । ଅଜୟ ଜଣେ ଅମୂଲ ଦୁଧ ବ୍ୟବସାୟୀ ଭାବେ ଜଣାଶୁଣା ଥିବାବେଳେ ତାଙ୍କର ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି ।

ରାତି ୧୦ଟା ସମୟରେ ଆଲମଗଞ୍ଜ ଥାନା ଅଞ୍ଚଳର ବଜରଙ୍ଗପୁରୀ ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ୫୦ ବର୍ଷୀୟ ଅଜୟଙ୍କ ମୃତ୍ୟୁ ବାବଦରେସ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମକୁ ଖବର ଦିଆଯାଇଛି । ଏଥିସହିତ ଅଜୟଙ୍କ ପରିବାରବର୍ଗଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ସିଟି ଏଏସପି ସୂଚନା ଦେଇଛନ୍ତି । ଅପରାଧୀମାନେ ବ୍ରେଡ କିଣିବା ବାହାନାରେ ଅଜୟଙ୍କ ଦୋକାନକୁ ପ୍ରବେଶ କରି ତାଙ୍କୁ ଗୁଳିମାଡ଼ କରିଥିଲେ । ପୋଲିସ ସିସିଟିଭ୍ ଯାଞ୍ଚ କରି ଅପରାଧିଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି ।

Get real time updates directly on you device, subscribe now.