fbpx

Viral Video; ପରକୁ ଆପଣେଇବା ଏକ କଳା କି ଅଭିନୟ ନୁହେଁ, ଏହା କେବଳ ଅନ୍ତର୍ନିହିତ ଗୁଣ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୁନିଆରେ ଲୋକଙ୍କ ପାଖରେ ମାନବିକତା ମରିଗଲାଣି । ଆଉ କେହି କାହାକୁ ସାହାଯ୍ୟ କରୁନାହାଁନ୍ତି। ଯଦି କେହି ଅସୁବିଧାରେ ପଡ଼ୁଛି, ଲୋକମାନେ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ତିଆରି କରିବା ଆରମ୍ଭ କର୍ଦେଉଛନ୍ତି। ତେବେ ଏହି ସମାଜରେ ଏମିତି କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ମାନବିକତାକୁ ବଞ୍ଚାଇ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ସହ ପରିଚିତ କରାଇବାକୁ ଯାଉଛୁ । ଆପଣ ଦେଖିଥିବେ ଯେ ଅନେକ ଗରିବ ପିଲା ପ୍ରାୟତଃ ଟ୍ରାଫିକ ସିଗନାଲରେ କିଛି ଜିନିଷ ଭିକ ମାଗିବା କିମ୍ବା ବିକ୍ରି କରୁଥିବା ଦେଖିବାକୁ ମିଳେ ।

ଅଧିକାଂଶ ଲୋକ ଏହି ପିଲାମାନଙ୍କୁ ଅଣଦେଖା କରିଥାନ୍ତି । ଅନେକ ସେମାନଙ୍କୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା କେବଳ ଏହି ଶିଶୁକୁ ଦେଖିନଥିଲେ ବରଂ ତାଙ୍କୁ ଅସୁବିଧାରେ ସାହାଯ୍ୟ ମଧ୍ୟ କରିଥିଲେ । ଏବେ ମହିଳାଙ୍କ ଏପରି କାମ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଟ୍ରାଫିକ୍ ସିଗନାଲରେ ଜଣେ ପିଲା ଛିଡ଼ା ହୋଇଛି। ତାର ଆଖିରେ କିଛି ପଡ଼ିଯାଇଛି। ଏହି କାରଣରୁ ସେ ବହୁତ କଷ୍ଟ ଭୋଗୁଛି । ଏଭଳି ସ୍ଥିତିରେ ଟ୍ରାଫିକ୍ ସିଗନାଲରେ ଛିଡ଼ା ହୋଇଥିବା ଗାଡ଼ି ମଧ୍ୟରେ ଜଣେ ମହିଳାଙ୍କୁ ସାହାଯ୍ୟ ମାଗୁଛି।

ଏହି ମହିଳା ଜଣକ ଏକ ମୋଟର ସାଇକେଲର ପଛ ସିଟରେ ବସିଛନ୍ତି । ପିଲାଟି ମହିଳାଙ୍କ ପାଖକୁ ଯାଇ ତାଙ୍କ ଆଖିର ସମସ୍ୟା ବିଷୟରେ କହି ସାହାଯ୍ୟ ମାଗୁଛି । ମହିଳା ଜଣକ ପିଲାଟିର ଆଖିରୁ କିଛି ବାହାର କରିଦେଉଛନ୍ତି। ଏହା ଦ୍ୱାରା ପିଲାଟିକୁ କିଛି ମାତ୍ରାରେ ଆରାମ ମିଳୁଛି । ଏହି ପୁରା ଘଟଣାକୁ କେହି ଜଣେ ବ୍ୟକ୍ତି ନିଜ ମୋବାଇଲରେ କଏଦ କରିଛନ୍ତି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଧମାଲ ମଚାଇଛି । ଏହି ଭିଡିଓକୁ ଯିଏ ବି ଦେଖୁଛି, ସେ ମହିଳାଙ୍କୁ ପ୍ରଶଂସା କରୁଛି।

Get real time updates directly on you device, subscribe now.