fbpx

OPPO ଲଞ୍ଚ କଲା K12x 5G ସ୍ମାର୍ଟଫୋନ: ଦୁର୍ଘଟଣା ଘଟିଲେ, ତଳେ ପଡ଼ିଲେ ଫୋନ ଭାଙ୍ଗିବନି!

ନୂଆଦିଲ୍ଳୀ: ଓପୋ ପକ୍ଷରୁ ଏକ ବଢ଼ିଆ ଫିଚର ଥିବା ଓ ବଜେଟକୁ ସୁହାଇଲା ଭଳି ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଗ୍ରାହକମାନେ ୧୫ ହଜାରୁ କମ୍ ଦାମରେ ବଢ଼ିଆ ଫିଚର ଥିବା ଏହି ଫୋନକୁ କିଣି ପାରିବେ । ଓପୋ ଇ-ଷ୍ଟୋରରେ ଏହା ଉପଲବ୍ଧ ରହିଛି । କେ୧୨ଏକ୍ସ ୫ଜି ସେଟରେ ଗ୍ରାହକମାନେ ଅନେକ ଫାଇଦା ପାଇ ପାରିବେ । ଯେଉଁ ଲୋକମାନେ ଅଧିକାଂଶ ସମୟରେ ବ୍ୟସ୍ତ ରହୁନ୍ତି ଓ ଯେଉଁମାନଙ୍କ ଫୋନ ସହିତ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ ସେମାନଙ୍କ ପାଇଁ ଏହି ଫୋନ୍ ବେଶ୍ ଫାଇଦା ଯୁକ୍ତ ହେବ ।

ଓପୋ କେ୧୨ଏକ୍ସ ୫ଜିକୁ ୩୬୦-ଡିଗ୍ରୀ ଡ୍ୟାମେଜ-ପ୍ରୁଫ ଆର୍ମର ବଡି ସହିତ ଡିଜାଇନ କରାଯାଇଛି । ଏହି ଡିଜାଇନରେ ଆନ୍ତରିକ ଶକ-ସହନଶୀଳ ସାମଗ୍ରୀ ଓ ଉଚ୍ଚ ଶକ୍ତିର ମିଶ୍ରଧାତୁ ଫ୍ରେମକୁ ସାମିଲ କରାଯାଇଛି । ଫଳରେ ଫୋନ ତଳେ ପଡ଼ିଯିବା ପରେ ସ୍କ୍ରାଚ ହେବାରୁ ଯଥେଷ୍ଟ ସୁରକ୍ଷା ମିଳିଥାଏ । ଫୋନରେ ପାଣ୍ଡା ଗ୍ଲାସର ଦୁଇ ପରସ୍ତ ଡିସପ୍ଲେକୁ ସୁରକ୍ଷା ପ୍ରଦାନ କରିଥାଏ ଓ ଏହା ଫୋନ ଭାଙ୍ଗିବାରୁ ବଞ୍ଚାଇଥାଏ । ଏହି ଫୋନ୍ ‘ଏମଆଇଏଲ-ଏସଟିଡି-୮୧୦ଏଚ’ ମିଲିଟ୍ରି-ଗ୍ରେଡର ସାର୍ଟିଫିକେସନ ଓ ଧୂଳି, ପାଣିରୁ ସୁରକ୍ଷା ପାଇଁ ଆଇପି୫୪ ରେଟିଂ ସହିତ ଆସିଥାଏ । ଏଥିସହିତ ଏହାର ବକ୍ସରେ ଏକ ଆଣ୍ଟି-ଡ୍ରାପ ଶିଲ୍ଡ କେସ ମଧ୍ୟ ଦିଆଯାଇଛି ।

Get real time updates directly on you device, subscribe now.