fbpx

ରାକ୍ଷୀପୂର୍ଣ୍ଣିମାରେ ସକାଳେ ଭାଇକୁ ରାକ୍ଷୀ ପିନ୍ଧାଇପାରିବନି ଭଉଣୀ, ଜାଣନ୍ତୁ କାହିଁକି

ଓଡ଼ିଶା ଭାସ୍କର: ରାକ୍ଷୀପୂର୍ଣ୍ଣିମା ଭାଇ-ଭଉଣୀର ଅତୁଟ ଭଲପାଇବା, ବିଶ୍ୱାସ ଏବଂ ସ୍ନେହର ପର୍ବ ଅଟେ। ପ୍ରତି ବର୍ଷ ରକ୍ଷାବନ୍ଧନର ଉତ୍ସବ ଗହ୍ମାପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ, ଯାହା ଅଗଷ୍ଟ ମାମରେ ପଡିଥାଏ। ଚଳିତ ବର୍ଷ ୧୯ ଅଗଷ୍ଟ ୨୦୨୪ରେ ସାରା ଦେଶ ରକ୍ଷାବନ୍ଧନର ପର୍ବ ପାଳନ କରିବାକୁ ଯାଉଛି।

ଜ୍ୟେତିର୍ବିତ ଅନୀଷ ବ୍ୟାସଙ୍କ ଅନୁସାରେ, ୧୯ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ଦିନ ଭୋର ୩ଟା ୪ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ, ଯାହାର ସମାପ୍ତ ରାତି ୧୧ଟା ୫୫ ମିନିଟରେ ହେବ। ତେବେ ଏହି ଦିନ ସୂର୍ଯ୍ୟଦୋୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ।

ଭ୍ରଦା କାଳରେ ରାକ୍ଷୀ ବାନ୍ଧିବା ବହୁତ ଅଶୁଭ ହୋଇଥାଏ। ମାନ୍ୟତା ଅନୁଯାୟୀ, ରାବଣଙ୍କ ଭଉଣୀ ଭଦ୍ରା କାଳରେ ରାକ୍ଷୀ ପିନ୍ଧାଇଥିଲେ, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଭଦ୍ରାରେ କୌଣସି ମଧ୍ୟ ଭଉଣୀ ସେମାନଙ୍କ ଭାଇଙ୍କୁ ରାକ୍ଷୀ ପିନ୍ଧାନ୍ତି ନାହିଁ।

ଏହି ପରିସ୍ଥିତିରେ ଆପଣ ଦ୍ୱିପ୍ରହର ୧ଟା ୩୨ ମିନଟ ପରେ ଆପଣ ଭାଇକୁ ରାକ୍ଷୀ ପିନ୍ଧାଇପାରିବେ। କାରଣ ଏହି ସମୟ ଭଦ୍ରା ସମାପ୍ତ ହୋଇଯିବ। ସେହିପରି ରାକ୍ଷୀ ବାନ୍ଧିବା ପାଇଁ ଦ୍ୱିପ୍ରହର ସାଢେ ୧ଟାରୁ ନେଇ ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁୂଭ ମୁହୂର୍ତ୍ତ ରହିବ।

Get real time updates directly on you device, subscribe now.