fbpx

ଭାରତ ସମେତ ସାରା ବିଶ୍ୱରେ OpenAI ChatGPT ଡାଉନ୍: ବଡ଼ ସମସ୍ୟାର ସାମ୍ନା କଲେ ୟୁଜର୍ସ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ଓପନଏଆଇ ଚାଟଜିପିଟି ଡାଉନ୍ ହୋଇଛି । ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଓପନଏଆଇର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବୋଟ ଚାଟଜିପିଟି ଡାଉନ୍ ହୋଇଥିବା ଦେଖାଯାଇଥିଲା । ଭାରତ ସମେତ ବିଭିନ୍ନ ଦେଶରେ ଏହାର ସର୍ଭିସ କାମ କରିନଥିଲା । ତେବେ ପରବର୍ତ୍ତୀ ସମୟରେ କମ୍ପାନୀ ଏହି ସମସ୍ୟାକୁ ଦୂର କରିବା ପରେ ଚାଟଜିପିଟି ପୂର୍ବ ପରି କାମ କରିବା ଆରମ୍ଭ କରିଥିଲା । କିଛିଦିନ ପୂର୍ବରୁ କମ୍ପାନୀର ସର୍ଭିସ୍ ଆଉଟେଜର ଶିକାର ହୋଇଥିଲା ।

ବିଳମ୍ବିତ ରାତିରେ ଓପନଏଆଇ ଚାଟଜିପିଟି ସେବା ଠପ୍ ହେବା ପରେ ସର୍ଭିସ ପୁନର୍ବାର ଫେରିଆସିଥିଲା । ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ୟୁଜର୍ସଙ୍କୁ ଏହି ଆଉଟେଜର ସାମ୍ନା କରିବାକୁ ପଡ଼ିଥିଲା । ଭାରତରେ ମଧ୍ୟ ୟୁଜର୍ସ ଅନେକ ସମସ୍ୟାର ସାମ୍ନା କରିଥିଲେ । ଚାଟଜିପିଟି ସାରା ବିଶ୍ୱର ସବୁଠାରୁ ପପୁଲାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଧ୍ୟରୁ ଅନ୍ୟତମ । ଏହି ସମସ୍ୟାକୁ ସମାଧାନ କରାଯାଇଥିବା କମ୍ପାନୀ ତରଫରୁ କୁହାଯାଇଥିଲା । ଏହି ଆଉଟେଜର ସମସ୍ୟା ପାଖାପାଖି ଏକ ଘଣ୍ଟା ଧରି ରହିଥିଲା । ଫଳରେ ଆପ୍ଲିକେସନ ବାରମ୍ବାର ଫେଲ ହୋଇଥିଲା । ଏହାର ପ୍ରଭାବ ଓପନଏଆଇ ପ୍ଲେଗ୍ରାଉଣ୍ଡ ଆସିଷ୍ଟାଣ୍ଟ ଉପରେ ମଧ୍ୟ ପଡ଼ିଥିଲା । ଏହି ଆଉଟେଜ ପରେ ଗ୍ଲୋବାଲ ଆଉଟେଜ ଟ୍ରାକିଂ ପ୍ଲାଟଫର୍ମ ଡାଉନଡିଟେକ୍ଟର ପ୍ଲାଟଫର୍ମରେ ରାତି ୯.୪୫ ରେ ୪୭୦ ଜଣ ୟୁଜର୍ସ ଅଭିଯୋଗ କରିଥିଲେ । ୮୦ ପ୍ରତିଶତ ଲୋକଙ୍କୁ ଚାଟଜିପିଟି ସମସ୍ୟା, ୧୭ ପ୍ରତିଶତ ଲୋକଙ୍କୁ ୱେବସାଇଟରେ ସମସ୍ୟା ଓ ୩ ପ୍ରତିଶତ ଆପ୍ସ ୟୁଜର୍ସ ଆଉଟେଜ ଦ୍ୱାରା ପ୍ରଭାବିତ ହୋଇଥବଲେ ।

Get real time updates directly on you device, subscribe now.