fbpx

ଆସୁଛି ନିର୍ବାଚନ, ବଢୁଛି ଉତ୍କଣ୍ଠା… ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ନିକଟରେ ଶେଷ ହୋଇଛି ସାଧାରଣ ନିର୍ବାଚନ । ବହୁମତ ସହିତ ବିଜେପି ପୁଣିଥରେ ସରକାର ଗଠନ କରିଛି । ତେବେ ବର୍ତ୍ତମାନ ଆଉ ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ୍ । ଏକ ପ୍ରେସମିଟ୍ ଜରିଆରେ ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ ବିଦାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏଥିପାଇଁ ୩୬୦ ମଡେଲ ପୁଲିଂ ବୁଥ ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ କମିଶନ୍ ସୂଚନା ଦେଇଛନ୍ତି ।

ଆସନ୍ତା ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି । ତେବେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୪ ତାରିଖରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନର ଭୋଟ ଗଣତି କରାଯିବା ନେଇ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ୍ । ଏହାବ୍ୟତୀତ ହରିୟାଣାରେ ମଧ୍ୟ ଅକ୍ଟୋବର ୧ ତାରିଖ ଦିନ ମତଗ୍ରହଣ କରାଯିବ ଏବଂ ଅକ୍ଟୋବର ୪ ତାରିଖରେ ଭୋଟ ଗଣତି କରାଯିବ । ଏଥିପାଇଁ ମୋଟ ୧୧ ହଜାର ୮୩୮ ପୋଲିସ ବୁଥର ବ୍ୟବସ୍ଥା କରାଯାଇଛି । ଏଥି ସହିତ ୩୬୦ ମେଡଲ ପୁଲିଂ ବୁଥ୍ ବ୍ୟବସ୍ଥାରେ ଉଭୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ୍ ଏହି ସୂଚନା ପ୍ରଦାନ କରିଛନ୍ତି ।

ସେ କହିଛନ୍ତି ଯେ, ଜମ୍ମୁ କାଶ୍ମୀର ବାସୀଙ୍କ ମଧ୍ୟରେ ନିର୍ବାଚନକୁ ନେଇ ବେଶ୍ ଉତ୍କଣ୍ଠା ଦେଖାଦେଇଛି । ଲେକସଭା ନିର୍ବାଚନ ସରିବା ପରେ ଦେଶର ରାଜନୈତିକ ମାହୋଲରେ ପରିବର୍ତ୍ତନ ଆସିଛି । ସୂଚନା ଅନୁସାରେ, ହରିୟାଣାରେ ଏଥର ନିର୍ବାଚନରେ ମୋଟ ୨୨ ଜିଲ୍ଲାରେ ୯୦ଟି ସିଟ୍ ରେ ନିର୍ବାଚନ ହେବ । ଏଥର ନିର୍ବାଚନରେ ମୋଟ ୨ କୋଟି ୧୦ ଲକ୍ଷ ଭୋଟର ମତଦାନ କରିବେ । ତେବେ ଚଳିତ ନିର୍ବାଚନରେ ଅଧିକ ଭୋଟିଂ ହେବାର ଆଶା କରାଯାଉଛି ।

Get real time updates directly on you device, subscribe now.