fbpx

ଆସିଲା ଦୁଃଖ ଖବର: ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀ ଆଉ ନାହାନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁନ୍ଦର ଗତକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ମାଝୀ ଦୀର୍ଘଦିନ ଧରି ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ୧୯୮୦ ବିଧାନସଭା ନିର୍ବାଚନରେ ଶ୍ରୀ ମାଝୀ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଶୋଇ ବ୍ଲକ ନୂଆଗାଁ ପଞ୍ଚାୟତର ଶ୍ରୀରାମପୁର ଗ୍ରାମ ତାଙ୍କର ପୈତୃକ ଗାଁ ହୋଇଥିବା ବେଳେ ସେ ବଡ଼ମଣଦା ଗ୍ରାମରେ ରହୁଥିଲେ । ଶ୍ରୀ ମାଝୀଙ୍କ ବିୟୋଗରେ ରାଜ୍ୟ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ତାଙ୍କର ବନ୍ଧୁ ପରିଜନ, ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.