fbpx

୪୦୯୬ ପଦ ପୂରଣ ପାଇଁ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ସନ୍ଧାନରେ ରହିଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରେଲୱେ ପକ୍ଷରୁ ୪୦୯୬ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆକ୍ଟ ଆପ୍ରେଣ୍ଟିସ ପଦରେ ମୋଟ ୪୦୯୬ଟି ପଦ ପୂରଣ ହେବ । ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି, ମହିଳା ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯିବ ।

ଅଗଷ୍ଟ ୧୬ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୧୬ରେ ସମାପ୍ତ ହେବ । ନଭେମ୍ବର ମାସରେ ମେରିଟ୍ ଲିଷ୍ଟ ଜାରି ହୋଇପାରେ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୫ ବର୍ଷ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ଓ ପ୍ରାସଙ୍ଗିକ ଟ୍ରେଡରେ ଏନସିଭିଟି / ଏସସିଭିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଆଇଟିଆଇ ରହିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: https://rrcnr.net.in/

ନୋଟିଫିକେସନ ଲିଙ୍କ: https://www.rrcnr.org/rrcnr_pdf/Act_Apprentice_2024.pdf

Get real time updates directly on you device, subscribe now.