fbpx

NCERT ପ୍ରଫେସର ନିଯୁକ୍ତି: ଆବେଦନର ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦର ଆବେଦନ ଅବଧି ବୃଦ୍ଧି କରାଯାଇଛି । ମୋଟ ୧୨୩ଟି ପଦ ପାଇଁ ପ୍ରାର୍ଥୀମାନେ ଜୁଲାଇ ୨୭ରୁ ଅନଲାଇନରେ ଆବେଦନ କରିଥିବା ବେଳେ ଅଗଷ୍ଟ ୧୬ ଶେଷ ତାରିଖ ରହିଥିଲା । ତେବେ ଉକ୍ତ ଅବଧିକୁ ଏବେ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଏନସିଇଆରଟି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ୩୩ଟି ପ୍ରଫେସର, ୫୮ଟି ଆସୋସିଏଟ ପ୍ରଫେସର ଓ ୩୨ଟି ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଅଣସଂରକ୍ଷିତ, ଅନ୍ୟ ପଛୁଆ ବର୍ଗ (ଓବିସି), ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ)ଙ୍କ ପାଇଁ ଆବେଦନ ଫିସ୍ ୧ ହଜାର ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ଏହା ଛାଡ଼ କରାଯାଇଥିଲା । ପେମେଣ୍ଟ ଅନଲାଇନ୍ ମୋଡ଼ରେ ଗ୍ରହଣ କରାଯାଇଥିଲା । ବିଭିନ୍ନ ବିଷୟରେ ପିଜି ଓ ପିଏଚ.ଡି କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିଥିଲେ ।

Get real time updates directly on you device, subscribe now.