fbpx

୧୦ ବର୍ଷ ପରେ ନିର୍ବାଚନ, ଜଳାଶୟ ଉପରେ ତିଆରି ହେବ ଭାସମାନ Polling Booth: LoC ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଦୀର୍ଘ ୧୦ ବର୍ଷ ପରେ ଏଥର ବିଦାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ସାରା ରାଜ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ନିର୍ବାଚନ କମିଶନ୍ ମଧ୍ୟ ଶତ ପ୍ରତିଶତ ମତଦାନ ପାଇଁ ଚେଷ୍ଟା ଜାରି ରଖିଛି । ସମସ୍ତ ଭୋଟର ନିଜ ମତପୋଷଣ କରିବା ପାଇଁ ସୁବିଦା ପାଆନ୍ତୁ, ଏହି ଲକ୍ଷ୍ୟରେ ଇଲେକ୍ସନ କମିଶନ୍ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସେଥିପାଇଁ ଏକ ଜଳାଶୟ ଉପରେ ଭାସମାନ ମତଦାନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ନିୟନ୍ତ୍ରଣ ରେଖାରେ ମଧ୍ୟ ଏକ ମତଦାନ କେନ୍ଦ୍ର ସ୍ଥାପନ କରାଯିବ ଏବଂ ଏହା ଖୁବ ସ୍ପେଶାଲ ରହିବ । ତେବେ ଏଲଓସିରେ ନିର୍ମାଣ ହେବାକୁ ଥିବା ବୁଥ୍ କେବଳ ଅନୁସୂଚିତ ଜନଜାତିମାନଙ୍କ ପାଇଁ ରହିବ ।

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ, ଅପହଞ୍ଚ ଅଞ୍ଚଳରେ ସମ୍ପର୍କ ସ୍ଥାପନା ଏହି ମତଦାନ କେନ୍ଦ୍ର ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ । ଡଲ୍ ହ୍ରଦରେ ନିର୍ମାଣ ହେବାକୁ ଥିବା ୩ଟି ପୋଲିଂ ବୁଥ୍ ପର୍ଯ୍ୟନ୍ତ ମତଦାନ ଦଳକୁ ଡଙ୍ଗା ଏବଂ ଶିକାର ଦ୍ୱାରା ନିଆଯାଇଥାଏ । ଏହିସବୁ ବୁଥ୍ ଗୁଡ଼ିକ ମଧ୍ୟରୁ ଗୋଟିଏ ବୁଥ୍ ‘ଖାର ମୋହଲ୍ଲା ଆବି କରପୋରା’ରେ କେବଳ ୩ ମତଦାତା ରହିଛନ୍ତି । ଗୁରେଜ ବିଦାନସଭା କ୍ଷେତ୍ରରେ କୋରାଗବଳ ମତଦାନ କେନ୍ଦ୍ର ଭାରତୀୟ ଏବଂ ପାକିସ୍ତାନୀ କ୍ଷେତ୍ରର ମଧ୍ୟ ନିୟନ୍ତ୍ରଣ ରେଖା ଉପରେ ଅବସ୍ଥିତ । ତେବେ ଏହି ମତଦାନ କେନ୍ଦ୍ର ବିଶେଷ କରି ଶତ ପ୍ରତିଶତ ଅନୁସୂଚିତ ଜନଜାତିର ଭୋଟରମାନଙ୍କ ପାଇଁ ରହିବ ବୋଲି କହିଛନ୍ତି ମୁଖ୍ୟ ଇଲେକ୍ସନ କମିଶନର ।

ଲୋକସଭା ନିର୍ବାଚନରେ ଏହି ମତଦାନ କେନ୍ଦ୍ରରେ ୮୦.୦୧ ପ୍ରତିଶତ ଭେଟ୍ ଗ୍ରହଣ ହୋଇଥିଲା । ସୀମାରୀ କୁପୱାଡ଼ା ଜିଲ୍ଲାର ପ୍ରଥମ ମତଦାନ କେନ୍ଦ୍ର ରହିଛି । ରସଦ ଏବଂ ସୁରକ୍ଷା ସମସ୍ୟାଗୁଡ଼ିକ ପରେ ଏଠାରେ ଲଗାତାର ଉଚ୍ଚ ମତଦାନ ପ୍ରତିଶତ ହୋଇଥାଏ ବୋଲି ମୁଖ୍ୟ ଇଲେକ୍ସନ କମିଶନର କହିଛନ୍ତି । ଆସନ୍ତା ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି । ତେବେ ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୫ ତାରିଖରେ ଦ୍ୱିତୀୟ ଏବଂ ଅକ୍ଟୋବର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଅକ୍ଟୋବର ୪ ତାରିଖରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନର ଭୋଟ ଗଣତି କରାଯିବା ନେଇ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ୍ ।

Get real time updates directly on you device, subscribe now.