fbpx

ରାକ୍ଷୀ ବାନ୍ଧିବାକୁ ଘରକୁ ଫେରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା: ଚିରନିଦ୍ରାରେ ଶୋଇଗଲେ ୧୦ ଜଣ ଭାଇ, ୩୭ ଜଣ ଆହତ

ନୂଆଦିଲ୍ଲୀ: ରାତି ପାହିଲେ ପ୍ରତି ପରିବାରରେ ବଡ଼ ହସଖୁସିରେ ପାଳିତ ହେବ ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଏହି ପବିତ୍ର ସମ୍ପର୍କର ଦିବସ କାହା ପାଇଁ ଖୁସି ଆଣି ଦେଉଛି ତ ଆଉ କାହା ଆଖିରେ ଲୁହ ଭରି ଦେଉଛି । ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ରାକ୍ଷୀ ବାନ୍ଧିବାକୁ ଉପହାର ଧରି ଭଉଣୀ ପାଇଁ ଘରକୁ ଫେରୁଥିବା ବେଳେ ଭାଇ ଚିରନିଦ୍ରାରେ ସବୁଦିନ ପାଇଁ ଶୋଇ ଯାଇଛି । ଗୋଟିଏ ଦୁର୍ଘଟଣା ଆଜି ଅନେକ ଭାଇଙ୍କୁ ତାଙ୍କ ଭଉଣୀ ପାଖରୁ ସବୁଦିନ ପାଇଁ ଦୂରେଇ ଦେଇଥିବା ବେଳେ ଅନେକ ଭାଇ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ମୁତାବକ ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଦୁଃଖଭରା ଘଟଣା । ବୁଲନ୍ଦଶହରର ସଲେମପୁର ଥାନା ଅଞ୍ଚଳରେ ଗୋଟିଏ ବସ୍ ଓ ପିକଅପ୍ ଗାଡ଼ି ମୁହାଁମୁହିଁ ହେବା ଫଳରେ ୧୦ ଜଣ ଲୋକ ଘଟଣାସ୍ଥଳରେ ଆଖିବୁଜି ଦେଇଥିବା ବେଳେ ୩୭ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ପୀଡ଼ିତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲା । ତେବେ ସବୁଠାରୁ ବଡ଼ ଦୁଃଖର କଥା ହେଉଛି, ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଥିବାରୁ କିଛି ଶ୍ରମିକ ସେମାନଙ୍କ ଘରକୁ ରାକ୍ଷୀ ବାନ୍ଧିବାକୁ ଯାଉଥିଲେ । ମାତ୍ର ସେମାନଙ୍କର ରାକ୍ଷୀ ବନ୍ଧନ ଆଜି ଅଧାରେ ରହିଯାଇଥିବା ବେଳେ ଅନେକ ଭଉଣୀ ସେମାନଙ୍କ ଭାଇମାନଙ୍କୁ ହରାଇ ଆଜି କାନ୍ଦୁଛନ୍ତି ।

Get real time updates directly on you device, subscribe now.