fbpx

ରାଜଧାନୀରେ ଆତଙ୍କର ଆଖି, ନଜରରେ ଏବେ କଟକର ସିମ ବକ୍ସ ସେଟ ଅଫ, ତନାଘନା ଜାରି…

ଓଡିଶା ଭାସ୍କର: ରାଜଧାନୀରେ ସିମ ବକ୍ସ ମାମଲା ପରେ ଏହା କଟକ ଆଡକୁ ଗତି କରିଛି । ରାଜଧାନୀରେ ସିମ ବକ୍ସ ଠାବ ପରେ ଏହାର ସମ୍ପୃକ୍ତି କଟକରେ ଥିବା ମଧ୍ୟ ଜଣା ପଡିଛି । ସେଠାରେ ମଧ୍ୟ ସିମ୍ ବକ୍ସର ସେଟ ରହିଥିବା ପୁଲିସ କହିଛି । ଖୁବଶୀଘ୍ର ଏହା ଉପରେ ଚଢାଉ କରାଯିବାକୁ ନେଇ କୁହାଯାଉଛି । କଟକରେ ଥିବା ସିମ ବକ୍ସର ଚଢାଉ ସମୟରେ ଏନଆଇଏ (NIA) ର ମଧ୍ୟ ସହାୟତା ନିଆଯିବ ।

ଏହି ସିମ ବକ୍ସରେ ନୋଟକୁ କୋଡ ଭାବରେ ବ୍ୟବହାର କରାଯାଉଥିଲା । ହାୱଲା ମାଧ୍ୟମରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପକୁ ରୂପରେଖ ଦେବାକୁ ପ୍ରୟାସ କରାଯାଉଥିଲା । ମାତ୍ର ତାହା ପୂର୍ବରୁ ସବୁକିଛି ଯୋଜନାକୁ ପଣ୍ଡ କରିଛି ପୁଲିସ । ସିମ ବକ୍ସରୁ ମଧ୍ୟ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନ, ଚୀନ ତଥା ମଧ୍ୟ ପ୍ରାଚ୍ୟ ଦେଶର ଲିଙ୍କ ମଧ୍ୟରେ ଏଥିରେ ରହିଛି । ବାଂଲାଦେଶରୁ ଅସଦୂର ନାମକ ଜଣେ ଦୁବୃର୍ତ୍ତ ଏହାକୁ ମନିଟର କରୁଥିଲେ ।

ଭୁବନେଶ୍ୱରରେ ୨ ମାସ ରହି ଜଣେ ଏଥିରେ ତାଲିମ ପ୍ରଦାନ କରୁଥିଲେ । ଏହାବାଦ ଉତ୍ତରପ୍ରଦେଶରୁ ଜଣେ ଯୁବକକୁ ଏହି ମାମଲାରେ ଗିରଫ କରିଛି କମିଶନରେଟ ପୁଲିସ । ଯାହାଙ୍କ ନାମ ରାଜୁ ମଣ୍ଡଳ । ତାଙ୍କଠାରୁ ୭ ଟି ସିମ୍ ବକ୍ସ, ୧୦୦୦ ସିମ, ୩ ଟି ରାଉଟର ତଥା ଲ୍ୟାପଟପ ଜବତ ହୋଇଛି । କହିରଖୁ, ରାଜଧାନୀର ଲକ୍ଷ୍ମୀସାଗର ଥାନାରୁ ସିମ ବକ୍ସ ଜବତ ହେବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଆଉ ଏବେ ଏହି ମାମଲା ନୂଆ ମୋଡ ନେଇ କଟକ ଆଡକୁ ଗତି କରିଛି ।

Get real time updates directly on you device, subscribe now.