fbpx

ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ମାରିଦେଲା ଭାଇ; ମିଛ ହେଲା ପ୍ରତିଶ୍ରୁତି, ମର୍ଯ୍ୟାଦା ହରାଇଲା ପବିତ୍ର ରାକ୍ଷୀ

ବ୍ରହ୍ମପୁର: (ଓଡ଼ିଶା ଭାସ୍କର) ବଡ଼ବଜାର ଥାନା ନିକଟରୁ ଆସିଲା ସାଙ୍ଘାତିକ ଖବର । ରାକ୍ଷୀ ପୂର୍ଣ୍ଣମୀରେ ଭଉଣୀକୁ ମାରିଦେଲା ଭାଇ । ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ । ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଏପରି ଅଗଟଣ ଦେଖିବାକୁ ମିଳିଛି । ଛୁରାମାଡ଼ରେ ୧୩ ବର୍ଷୀୟ ଭଉଣୀର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଭାଇ ଗୁରୁତର ହୋଇଛି ।

ତେବେ ଆଜି ଭଳି ଏତେ ବଡ଼ ଦିନରେ ଜଣେ ଭାଇ ହୋଇ ଭଉଣୀରୁ ମାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଛି, ଗୁରୁତର ହୋଇଥିବା ଭାଇକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.