fbpx

(video): ମାଧୁରୀଙ୍କ ପତି ଶିଖାଉଛନ୍ତି କେମିତି ବଢିବ ରୋଗପ୍ରତିରୋଧକ ଶକ୍ତି, ଆପଣାନ୍ତୁ ଏହି ଫର୍ମୁଲା, ରୋଗକୁ କୁହନ୍ତି ବାଏ ବାଏ

ଓଡିଶା ଭାସ୍କର: କୋଭିଡ-୧୯ ମହାମାରୀ ପରେ ପୂର୍ବାପେକ୍ଷା ଲୋକେ ନିଜର ରୋଗପ୍ରତିରୋଧକ ଶକ୍ତି ଉପରେ ବେଶୀ ଧ୍ୟାନ ଦେଉଛନ୍ତି । ଏହାକୁ ମଜବୁତ କରିବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାଇ ଥାଆନ୍ତି । ମାର୍କେଟରେ ମଧ୍ୟ ଅନେକ ସପ୍ଲିମେଣ୍ଟ ରୋଗପ୍ରତିରୋଧକ ଶକ୍ତି ବଢାଇବାର ଦାବି କରନ୍ତି । ମାତ୍ର କେବଳ ଗୋଟିଏ ବଟିକା ବା ପାଉଡର ମାଧ୍ୟମରେ ଜଣେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପ୍ରାୟତଃ ଅସମ୍ଭବ ମନେ ହୁଏ ।

କୌଣସି ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତି ଯଦି ସଠିକ ଥାଏ, ତେବେ ଗମ୍ଭୀରରୁ ଅତି ଗମ୍ଭୀର ରୋଗ ମଧ୍ୟ ତାହା ପାଖକୁ ମାଡି ନଥାଏ । ରୋଗପ୍ରତିରୋଧକ ଶକ୍ତି କମ ହେଲେ ଏହାର ବିପରୀତ ପରିସ୍ଥିତିର ସାମ୍ନା କରେ ମଣିଷ । ରୋଗପ୍ରିରୋଧକ ଶକ୍ତି ବଢାଇବା ପାଇଁ ଏହିସବୁ ଜିନିଷ ବ୍ୟବହାର କରନ୍ତୁ….

 

View this post on Instagram

 

A post shared by Dr. Shriram Nene (@drneneofficial)

ହଳଦୀ: ଏହା ଜଣକର ରୋଗପ୍ରତିରୋଧକ ବଢାଇବା ପାଇଁ ଉପଯୁକ୍ତ ଅଟେ । ସକାଳୁ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ପିଇଲେ ରୋଗପ୍ରତିରାଧକ ଶକ୍ତି ବଢେ ।

ଅଦା: ଅଦା ମଧ୍ୟ ରୋଗପ୍ରତିରୋଧକ ବଢାଇବାର କାର୍ଯ୍ୟ କରେ । ଏହା ଶରୀରରୁ ଖରାପ ଜିନିଷକୁ ବାହାର କରିଥାଏ ।

ସାଇଟ୍ରସ ଫୁଡ: ଖଟା ଓ ଭିଟାମିନ- ସି ରେ ଭରପୂର ଥିବା ଖାଦ୍ୟ ଖାଇଲେ ରୋଗପ୍ରତିରୋଧକ ବୃଦ୍ଧି ପାଏ ଓ ଜଣେ ସୁସ୍ଥ ତଥା ନିରୋଗ ରହିଥାଏ ।

ନଟସ ଓ ସିଡସ: ନଟସ୍ ଓ ସିଡସ୍ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ- ଇ ତଥା ଆବଶ୍ୟକ କରୁଥିବା ଫୈଟି ଏସିଡରେ ଭରପୂର ଥାଏ । ଯାହା ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସହ ତ୍ୱଚାକୁ ବି ମଜବୁତ ରଖେ । ଫଳରେ ଜଣେ ଲୋକର ରୋଗପ୍ରତିରୋଧକ ଶକ୍ତି ବଢେ ଓ ସେ ସୁସ୍ଥ ରୁହେ ।

ପାଳକ: ଏହି ମୌସୁମୀଯୁକ୍ତ ପରିବା ଆୟରନଯୁକ୍ତ ଅଟେ । ଏହା ଭିଟାମିନ-ଇ, ପୋଷକ ତତ୍ତ୍ୱ ତଥା ଖଣିଜର ପାୱାର ହାଉସ ଅଟେ । ପାଳକରେ ଥିବା ଭିଟାମିନ- ଏ ଓ ସି ତ୍ୱଚାର ମରାମତି କରନ୍ତି । ଫଳରେ ଜଣେ ସାଧାରଣ ଲୋକ ସୁସ୍ଥ, ସବଳ ତଥା ନିରୋଗ ରୁହେ ।

ଏବୋକାଡୋ: ଏହା ଲୋକଙ୍କୁ ବେଶ ପସନ୍ଦ ଆସେ । ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ, ବିଟା- କୈରୋଟିନ, ଫୋଲେଟ, ଓମେଗା-୩ ଫୈଡି ଏସିଡ ଭଳି ପୋଷକତତ୍ତ୍ୱ ମହଜୁତ ରହିଥାଏ । ଫଳରେ ଜଣେ ଲୋକର ରୋଗପ୍ରତିରୋଧକ ଶକ୍ତି ବଢେ ଓ ସେ ସୁସ୍ଥ ଓ ନିରୋଗ ରହିଥାଏ ।

ମାଛ: ନିରାମିଷ ଲୋକଙ୍କ ପାଇଁ ଉପରୋକ୍ତ ସମସ୍ତ ଖାଦ୍ୟ ସହ ମାଛ ଏକ ଉତ୍ତମ ବିକଳ୍ପ ଅଟେ ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ । ଏଥିରେ ପ୍ରାୟ ସମସ୍ତ ପ୍ରକାରର ପୋଷକତତ୍ତ୍ୱ ମହଜୁତ ରହିଛି । ଯାହା ଜଣଙ୍କର ଶରୀରକୁ ସୁସ୍ଥ ଓ ସବଳ ରଖିବାରେ ସହାୟ ହୋଇଥାଏ ।

Get real time updates directly on you device, subscribe now.