fbpx

IPL 2024 Auction: ମେଗା ନିଲାମୀରେ ଏହି ଭାରତୀୟ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଭାଙ୍ଗିପାରେ ସମସ୍ତ ରେକର୍ଡ, ଜାଣନ୍ତୁ..

ଓଡିଶା ଭାସ୍କର: ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇପିଏଲର ପ୍ରସ୍ତୁତି । ପ୍ରସ୍ତୁତି ଆରମ୍ଭ କରୁଛନ୍ତି ଫ୍ରାଞ୍ଜାଇଜ । ସେମାନେ ବଡ ବଡ ତଥା ଷ୍ଟାର ଖେଳାଳିଙ୍କୁ କେମିତି ନିଜ ଦଳରେ ସାମିଲ କରିବେ ସେଥିପାଇଁ ସମସ୍ତ କଳବଳକୌଶଳ ଆପଣାଇବାରେ ଲାଗିଲେଣି ମଧ୍ୟ । ଚଳିତ ଆଇପିଏଲର ମେଗା ନିଲାମୀରେ ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତ ଫ୍ରାଞ୍ଜାଇଜ ନଜର ରଖିଛନ୍ତି । ଗତ କିଛି ବର୍ଷ ହେବ ଭାରତୀୟ ଖେଳାଳିଙ୍କ ଚାହିଦା ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଏହି ମେଗା ଅକ୍ସନରେ ବହୁ ପ୍ରସିଦ୍ଧ ଭାରତୀୟ ଖେଳାଳି ବିକ୍ରି ହେବେ, ଯାହାଙ୍କ ଦାମ ବେଶ୍ ଅଧିକ ରହିବ ଓ ଅନେକ ଆଇପିଏଲ ଅକ୍ସନର ରେକର୍ଡକୁ ମଧ୍ୟ ଭାଙ୍ଗିବାର ସମ୍ଭାବନା ରହିଛି ।
ଚଳିତ ଆଇପିଏଲରେ ୨୦୨୫ ରେ ଅନେକ ଖେଳାଳି ଅନ୍ୟ ଦଳରୁ ଖେଳିବାର ସମ୍ଭାବନା ରହିଛି । ରିପୋର୍ଟ ଅନୁସାରେ, ହିଟମ୍ୟାନ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କ୍ଲାସିକ ବ୍ୟାଟର କେ.ଏଲ ରାହୁଲଙ୍କ ପର୍ଯ୍ୟନ୍ତ ଅନେକ ଖେଳାଳି ନିଜ ଦଳ ଛାଡିପାରନ୍ତି । ଏଠାରେ ୩ ଜଣ ଭାରତୀୟ ଖେଳାଳିଙ୍କ କଥା ହେବା, ଯେଉଁମାନଙ୍କୁ କିଣିବା ପାଇଁ ଟଙ୍କାର ବର୍ଷା କରିବେ ଆଇପିଏଲ ଫ୍ରାଞ୍ଜାଇଜ ।

୧.ରୋହିତ ଶର୍ମା: ମୁମ୍ବାଇ ଇଣ୍ଡିଆନ ପକ୍ଷରୁ ଲମ୍ବା ସମୟରୁ ଖେଳୁଥିବା ତଥା ତାଙ୍କର ନେତୃତ୍ୱରେ ପାଞ୍ଚଥର ଆଇପିଏଲ ଟ୍ରଫି ଜିତିଥିବା ହିଟମ୍ୟାନ ରୋହିତ ଶର୍ମାଙ୍କୁ ଚଳିତ ଆଇପିଏଲରେ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ମାତ୍ର ଆଇପିଏଲ ୨୦୨୪ ରେ ରୋହିତ ୧୪ ମ୍ୟାଚ ଖେଳି ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରି ମୋଟ ୪୧୭ ରନ କରିଥିଲେ । ରିପୋର୍ଟଅନୁସାରେ, ରୋହିତଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ କିମ୍ବା ପଞ୍ଜାବ କିଙ୍ଗସ କିଣିବା ପାଇଁ ବଡ ରକମର ଟଙ୍କା ଖର୍ଚ୍ଚ କରି ପାରନ୍ତି ।

୨.କେ.ଏଲ ରାହୁଲ: ଲକ୍ଷ୍ନୌ ସୁପର ଜଏଣ୍ଟସର ଅଧିନାୟକ କେ.ଏଲ ରାହୁଲ ୨୦୨୨ ମସିହାରୁ ଏହି ଦଳର ଅଧିନାୟକ ରହି ଗତ ଦୁଇ ସିଜନରେ ଲକ୍ଷ୍ନୌକୁ ପ୍ଲେ-ଅପ ପର୍ଯ୍ୟନ୍ତ ନେଇ ଯାଇଥିଲେ । ଆଇପିଏଲ ୨୦୨୪ ରେ ରାହୁଲଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ସୃଷ୍ଟି ହେଲା ଓ ତାଙ୍କର ଭବିଷ୍ୟତକୁ ନେଇ ଅନେକ ଆଲୋଚନା ମଧ୍ୟ କରାଗଲା । ଲକ୍ଷ୍ନୌ ସୁପର ଜଏଣ୍ଟସ ତାଙ୍କୁ ରିଟର୍ଣ୍ଣ ନ କଲେ ବି ନିଜର ବ୍ୟାଟିଂ ଦକ୍ଷତା କାରଣରୁ ତାଙ୍କୁ ବହୁ ଦାମରେ ଅନେକ ଫ୍ରାଞ୍ଜାଇଜ କିଣିବା ପାଇଁ ପ୍ରୟାସ କରିବା ପ୍ରାୟତଃ ଥୟ ।

୩.ହର୍ଷିତ ରାଣା: କୋଲକାତା ନାଇଟ ରାଇଡର୍ସର ଯୁବ ଦ୍ରୁତ ବୋଲର ହର୍ଷିତ ରାଣା ଆଇପିଏଲ ୨୦୨୪ ରେ ଦମଦାର ପ୍ରଦର୍ଶନ କରିଛନ୍ତି । ୨୨ ବର୍ଷୀୟ ରାଣା ୧୩ ମ୍ୟାଚ ଖେଳି ମୋଟ ୧୯ ୱିକେଟ ଦାଖଲ କରିଥିଲେ । ଫାଇନାଲରେ ମଧ୍ୟ ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲେ । କୋଲକାତା ତାଙ୍କର ପ୍ରଦର୍ଶନ ଦେଖି ହର୍ଷିତଙ୍କୁ ରିଟେନ କରିବାର ତ ପ୍ରୟାସ ନିଶ୍ଚୟ କରିବ । ମାତ୍ର ମେଗା ଅକ୍ସନରେ ତାଙ୍କୁ ଅନ୍ୟ ଆଇପିଏଲ ଫ୍ରାଞ୍ଜାଇଜ ବଡ ରକମରେ ନେବା ପାଇଁ ଯୁଦ୍ଧ କରିବେ ।

Get real time updates directly on you device, subscribe now.