fbpx

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା: ସୁପ୍ରିମକୋର୍ଟ ଆଜି କରିବ ଯାଚିକା ଉପରେ ଶୁଣାଣି,ରହିଛି ଦେଶବାସୀଙ୍କ ନଜର

ଓଡିଶା ଭାସ୍କର: ସୁପ୍ରିମକୋର୍ଟ ଆଜି କୋଲକାତା ଆରଜି କର ମେଡିକାଲ ଓ ହସ୍ପିଟାଲରେ ୯ ଅଗଷ୍ଟରେ ଜଣେ ଜୁନିୟର ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର-ହତ୍ୟା ଘଟଣାରେ ସମ୍ବନ୍ଧିତ ସ୍ୱପ୍ରେରଣା ଯାଚିକା ଉପରେ ଶୁଣାଣି କରିବାକୁ ଯାଉଛି । ଏହି ଯାଚିକାକୁ ପ୍ରଥମେ ମାମଲା ରୂପରେ ସୂଚୀବଦ୍ଧ କରାଯାଇଛି । ଆଜି ୨୦ ଅଗଷ୍ଟ ଦିନ ୧୦ ଟା ୩୦ ସମୟରେ ଏହି ମାମଲାର ଶୁଣାଣି ହେବ ।

ଭାରତର ମୁଖ୍ୟ ନ୍ୟାୟାଧିଶ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ମାମଲାରେ ସ୍ୱତଃ ସଂଜ୍ଞାନ ନେଇ ଦାୟର ହୋଇଥିବା ମାମଲାର ଶୀର୍ଷକ ରହିଛି- ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ, କୋଲକାତାରେ ଏକ ପ୍ରଶିକ୍ଷୁ ଡାକ୍ତରଙ୍କ ସାଥିରେ ବଳାତ୍କାର ଓ ହତ୍ୟା ଘଟଣା ଓ ସମ୍ବନ୍ଧିତ ମୁଦ୍ଦା । ଏହି ଯାଚିକା ମାମଲାରେ ନ୍ୟାୟିକ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଥିଲା । ଏହା ଉପରେ କୋଲକାତା ଉଚ୍ଚ ନ୍ୟାୟାଳୟ ପ୍ରଥମରୁ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) କୁ ମାମଲାର ଯାଞ୍ଚ କରିବା ଦାୟିତ୍ୱ ପ୍ରଦାନ କରିଛି ।

ଯାଚିକାରେ ମେଡିକାଲ କଲେଜରେ ସ୍ନାତକୋତ୍ତର ଛାତ୍ରୀଙ୍କ ଭୟାନକ ହତ୍ୟା ସମ୍ବନ୍ଦୀୟ ଭୟାନକ ହତ୍ୟା ସମ୍ବନ୍ଧରେ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳୁଛି । ସାରା ଦେଶରେ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି ତଥା ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି ଉଠିଛି ।

ଏହି ମାମଲାରେ ଫେଡେରେଶନ ଅଫ ଆସୋସିଏଶନ ଅଫ ମେଡିକାଲ କନସଲଟେନସ ଅଫ ଇଣ୍ଡିଆ ( ଏଫଏମଏମସିଆଇ) ଓ ଫେଡେରେଶନ ଅଫ ରେଜିଡେଣ୍ଟ ଡାକ୍ତରର୍ସ ଆସୋସିଏଶନ (ଏଫଓଆରଡିଏ ) ଓ ଓକିଲ ବିଶାଳ ତିୱାରୀ ସ୍ୱତଃ ଅନ୍ତରୀଣ ଆବେଦନ କରିଥିଲେ ସୁପ୍ରିମକୋର୍ଟରେ । ଯାହାର ଶୁଣାଣି ଆଜି ଦିନରେ ହେବାକୁ ଯାଉଛି । ଦେଖିବାକୁ ରହିଲା ସୁପ୍ରିମକୋର୍ଟ ଯାଚିକାକୁ ନେଇ କ’ଣ ରାୟ ପ୍ରଦାନ କରୁଛନ୍ତି ।

Get real time updates directly on you device, subscribe now.