fbpx

ପୁଣି ଦେଶ ପାଇଁ ପ୍ରାଣବଳୀ ଦେଲେ ଆଉ ଜଣେ ବୀର ଯବାନ: ଜମ୍ମୁ କଶ୍ମୀରରେ CRPF ଇନ୍ସପେକ୍ଟର ସହିଦ

ନୂଆଦିଲ୍ଳୀ: ଗତ କିଛିଦିନ ହେଲା ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ସହ ଲଢ଼େଇ ଜାରି ରହିଛି । ଏହା ମଧ୍ୟରେ ଦେଶର କିଛି ବୀର ଯବାନ ଲଢ଼େଇ କରି ସହିଦ ହୋଇଛନ୍ତି । ସେହିପରି କିଛି ଆତଙ୍କବାଦୀଙ୍କୁ ମଧ୍ୟ ସୁରକ୍ଷାକର୍ମୀମାନେ ନିପାତ କରିଛନ୍ତି । ତେବେ ନିକଟରେ କିଛି ଯବାନ ଦେଶ ପାଇଁ ଜୀବନ ଦେଇଥିବା ପୁଣି ଥରେ ଜମ୍ମୁ କଶ୍ମୀରରୁ ଆସିଛି ଦୁଃଖଦ ଖବର । ପୁଣି ଜଣେ ଯବାନ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଦେଶ ପାଇଁ ଜୀବନ ଦେଇଛନ୍ତି ।

ଖବର ମୁତାବକ, ଜମ୍ମୁ କଶ୍ମୀରର ଉଧମପୁରରେ ଜଣେ ସିଆରପିଏଫ ଇନ୍ସପେକ୍ଟର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରେ ସହିଦ ହୋଇଛନ୍ତି । ଏହି ବୀର ଯବାନଙ୍କ ନାମ କୁଲଦୀପ କୁମାର ବୋଲି ଜଣାପଡ଼ିଛି । କୁଲଦୀପଙ୍କୁ ସିଆରପିଏଫ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ସହ ତାଙ୍କ ପରିବାରପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଉଧମପୁର ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଲଢ଼ି କୁଲଦୀପ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । କୁଲଦୀପଙ୍କ ମୃତ୍ୟୁ ବାବଦରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.