fbpx

Video; ମଣିଷ ପଣିଆ ଆଉ କ’ଣ କି, ବସ୍ ଷ୍ଟପ୍‌ରେ ଚିରିଗଲା ଯୁବତୀଙ୍କ ପୋଷାକ, ନିଜ ପିନ୍ଧା ଲୁଙ୍ଗି ଦେଇ ମାନ ରକ୍ଷା କଲେ ଚାଷୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିର ସମାଜକୁ ଦେଖିଲେ ସ୍ପଷ୍ଟ ଭାବେ ବାରି ହୋଇଯାଉଛି, ଯେ କେଉଁ ସ୍ଥରକୁ ମଣିଷଙ୍କ ଚିନ୍ତାଧାରା ଗଲାଣି । ଦିଲ୍ଲୀର ନିର୍ଭୟା ହତ୍ୟାକାଣ୍ଡ, କୋଲକାତାର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଆଜି ମହାରାଷ୍ଟ୍ରର ବଦଲାପୁରର ଘଟଣା ଲୋକଙ୍କ ଛାତି ଥରାଇ ସାରିଲାଣି । ରାଜରାସ୍ତାରେ ଆଜି ବି ନାରୀ ଅସୁରକ୍ଷୀତ । ଏହାରି ଭିତରେ ସୋସିଆଲ ମିଡିଆରେ ମଣିଷ ପଣିଆର ଏକ ଝଲକ ଦେଖିବାକୁ ମିଳିଛି ।

ଯେଉଁଠି ନିଜର ଅତି ଆପଣାର ବନ୍ଧୁ ନିଜର ହେଲାନି, ସେଠି ଜଣେ ଚାଷୀ ଦେବଦୂତ ସାଜିଲେ । ଭାଇରାଲ ହେଉଥିବା ଭିଡିଓରେ ଏକ ବସ୍ ଷ୍ଟପ୍ ରେ ଜଣେ ଚାଷୀ ବସକୁ ଅପେକ୍ଷା କରିଛନ୍ତି । ତାଙ୍କ ପାଖରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଠିଆ ହୋଇଛନ୍ତି । ଆଉ ଏତିକି ବେଳେ ଜଣେ ଯୁବକ ଜଣେ ଯୁବତୀ ସେଠାକୁ ଆସୁଛନ୍ତି । ପାଖରେ ଥିବା ସିଟ୍ ରେ ବସୁଛନ୍ତି । କିଛି ସମୟ କଥାହେବା ପରେ ଦୁଇ ଜଣ ସେଠାରୁ ଉଠି ଚାଲି ଯାଉଛନ୍ତି ।

ହେଲେ ସେଠାରୁ ଉଠିବା ସମୟରେ ଟିକିଏ ଅସାବଧାନତା କାରଣରୁ ଯୁବତୀଙ୍କ ପୋଷାକ ଚିରି ଗଲା । ଯାହାକୁ ଦେଖି ତାଙ୍କ ସାଙ୍ଗ ତାଙ୍କୁ ଉପହାସ କରିଲେ । ଏସବୁ ଦେଖି ପାଖରେ ଥିବା ଚାଷୀ ଜଣକ ନିଜର ଲୁଙ୍ଗି ଖୋଲି ସେହି ଯୁବତୀଙ୍କୁ ଦେଇ ଦେଲେ । ପାଖରେ ଥିବା ଲୋକ ଜଣକ ସେ ଚାଷୀ ଭାଇଙ୍କୁ ସାବାସୀ ଦେଲେ । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସରେ ଖୁବ୍ ଭାଇରାଲ ହେଉଛି ।

Get real time updates directly on you device, subscribe now.