fbpx

ଦରକାର ହେବନି ଟିକେଟ୍! କାର୍ଡରେ ମିଳିବ ବସ୍ ସେବା… ଦୁର୍ଗାପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଉପହାର

ନୂଆଦିଲ୍ଲୀ: ଟିକେଟର ଅବଶ୍ୟକତା ନାହିଁ, ଏଣିକି ମାତ୍ର ଗୋଟିଏ କାର୍ଡରେ ମାଗଣା ବସ୍ ଯାତ୍ରା କରିବେ ରାଜ୍ୟବାସୀ । ସମସ୍ତ ସରକାରୀ ପରିବହନରେ ଯାତ୍ରା କରିହେବ । ପରିବହନ ବିଭାଗ ଦୁର୍ଗାପୂଜା ପୂର୍ବରୁ ଏହି ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହାହଦ୍ୱାରା ବସ୍, ଟ୍ରାମ, ଜଳପଥ ଷ୍ଟୀମର ଏବଂ କ୍ୟାବ୍ ସମେତ ସମସ୍ତ ପ୍ରକାର ସରକାରୀ ସାର୍ବଜନିକ ପରିବହନରେ ଯାତାୟତ ଫ୍ରି କରାଯିବ । ଏହା ଫଳରେ ଅଲଗା ଅଲଗା ଟିକେଟ କିଣିବା କିମ୍ବା ଟଙ୍କା ଖର୍ଚ୍ଚରୁ ମୁକ୍ତି ପାଇବେ ଯାତ୍ରୀ ।

ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଦେଶର ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗରେ ଏକ ସ୍ୱତନ୍ତ୍ର କାର୍ଡ ସୁବିଧା ଜାରି କରାଯିବ । ମେଟ୍ରୋ ରେଳରେ ବ୍ୟବହାର ହେଉଥିବା ସ୍ମାର୍ଟ କାର୍ଡ ରିଚାର୍ଜ ଭଳି ଏହିସବୁ ଯାନବାହନରେ ମଧ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଲାଗୁ କରାଯିବ । ରାଜ୍ୟର ୩ଟି ସରକାରୀ ନିଗରେ ମୋଟ ୩,୦୫୭ ବସ୍ ଯାତାୟତ କରୁଛି । ଏହିସବୁ ବସରେ ପୂଆ ପ୍ରକଳ୍ପ ଲାଗୁ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହିସବୁ ବସରେ ସ୍ୱଚାଳିତ ଭଡ଼ା ସଂଗୃହୀତ ବ୍ୟବସ୍ଥା ଲାଗୁ କରାଯିବ । ଏହି ପ୍ରଣାଳୀରେ ଯାତ୍ରୀମାନେ ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରୁ ଅନଲାଇନ୍ ଟିକେଟ ବୁକିଂ କରିପାରିବେ । ଏହାସହିତ ଯାତ୍ରୀମାନଙ୍କ ପାଇଁ ‘ମଲ୍ଟି-ପେମେଣ୍ଟ’ ସୁବିଧା ଥିବା ଏକ ୱେ-ଆଧାରିତ ଆରକ୍ଷଣ ପୋର୍ଟାଲ ମଧ୍ୟ ଉପଲବ୍ଧ ରହିବ । ଏହି ନୂଆ ସେବାରେ ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ, ୱାଲେଟ୍, କ୍ୟୁଆର କୋଡ୍-ଆଧାରିତ କାର୍ଡ ଜରିଆରେ ଯାତ୍ରୀମାନେ ପେମେଣ୍ଟ କରିପାରିବେ ।

ଏହି ନୂଆ ଯୋଜାନରେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ଟେକନିକ ମଧ୍ୟ ବ୍ୟବହାର କରାଯିବ । ଟ୍ରେନ୍ ଭଳି ଏହି କାର୍ଡ ସିଟ୍ ଚୟନ ଏବଂ ଆରକ୍ଷଣ ସୁବିଧା ପ୍ରଦାନ କରିବ । ତେବେ ସଠିକ୍ ପେମେଣ୍ଟ ଦେଲେ ଏକାଧିକ ସିଟ୍ ମଧ୍ୟ ରିଜର୍ଭ କରାଯାଇପାରିବ । ତେବେ କୌଣସି କାରଣବଶତଃ ଟିକେଟ ରଦ୍ଦ ହେଲେ, ଏହାର ଟଙ୍କା ରିଫଣ୍ଡ୍ ମଧ୍ୟ ହୋଇପାରିବ । ଏହି ନୂଆ ବ୍ୟବସ୍ଥାରେ ବସ୍ ଟିକେଟ ପାଇଁ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ତେବେ ପ୍ରଥମେ ଏହି ସେବା କୋଲକାତାରେ ଆରମ୍ଭ କରାଯିବା କିନ୍ତୁ ପରିବହନ ବିଭାଗ ଏହି ସେବାକୁ ଉପନଗର ଏବଂ ପରେ ଜିଲ୍ଲାରେ ମଧ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Get real time updates directly on you device, subscribe now.