fbpx

ମଙ୍କିପକ୍ସକୁ କୋଭିଡ୍ ସହ ତୁଳନା କରିବା ନେଇ କ’ଣ କହୁଛନ୍ତି ଡବ୍ଲ୍ୟୁଏଚ୍ଓ ବିଶେଷଜ୍ଞ?

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ମଙ୍କିପକ୍ସ ଏକ “ନୂତନ କୋଭିଡ” ନୁହେଁ କାରଣ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ବିଷୟରେ ସୂଚନା ରହିଛି । ଡବ୍ଲ୍ୟୁଏଚ୍ଓର ୟୁରୋପ ନିର୍ଦ୍ଦେଶକ ଡକ୍ଟର ହାନେସ୍ କ୍ଲୁଗ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଙ୍କିପକ୍ସ ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ରହିଛି ଏବଂ ବିଶ୍ୱସ୍ତରୀୟ ସତର୍କ ସୂଚନା ଜାରି କରାଯାଇଛି। କିନ୍ତୁ ମଙ୍କିପକ୍ସକୁ ଏକାଠି ନିୟନ୍ତ୍ରଣ କରାଯାଇପାରିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆତଙ୍କ ଓ ଅବହେଳାର ଆଉ ଏକ ଚକ୍ରକୁ ଭାଙ୍ଗିବା ପାଇଁ ଟିକା ଅତ୍ୟନ୍ତ ଅଭାବୀ ଅଂଚଳରେ ପହଂଚିଥାଏ । ଗତ ସପ୍ତାହରେ ସ୍ୱିଡେନରେ ମଙ୍କିପକ୍ସର ଏକ ନୂଆ ଭାରିଏଣ୍ଟ କ୍ଲାଡ୍ ଆଇବି ଦେଖିବାକୁ ମିଳିଥିଲା। ଆଫ୍ରିକାରେ ଏହାର ବଢୁଥିବା ପ୍ରକୋପ ସହିତ ଏହାକୁ ଯୋଡ଼ା ଯାଉଛି । ମଧ୍ୟ ଓ ପୂର୍ବ ଆଫ୍ରିକାରେ ସଂକ୍ରାମକ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି। ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡୋନମ୍ ଗେବ୍ରେୟେସୁସ୍ କହିଛନ୍ତି, ମଙ୍କିପକ୍ସର ଏକ ନୂଆ ଭାରିଆଣ୍ଟର ଆବିର୍ଭାବ ଏବଂ ଦ୍ରୁତ ବିସ୍ତାର ଅତ୍ୟନ୍ତ ଚିନ୍ତାଜନକ। ଏହା ପୂର୍ବରୁ ଆଫ୍ରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ଏହାକୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା। ଗତଥର ତୁଳନାରେ ମଙ୍କିପକ୍ସ ଅଧିକ ଚିନ୍ତାଜନକ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। କାରଣ ନୂଆ ଭାରିଆଣ୍ଟ ଅଧିକ ମାରାତ୍ମକ।

Get real time updates directly on you device, subscribe now.