fbpx

ବଦଲାପୁର ଯୌନ ନିର୍ଯାତନା ମାମଲା; ରେଳ ଧାରଣାରୁ ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ଲାଠି ଚାଳନା କଲା ପୋଲିସ

ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ବଦଲାପୁରର ଏକ ସ୍କୁଲରେ ଦୁଇ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ପ୍ରତିବାଦରେ ଟ୍ରେନ୍ ଅବରୋଧ କରିଥିବା ଲୋକଙ୍କୁ ହଟାଇବା ପାଇଁ ଲାଠିଚାଳନା କରିଛି ପୋଲିସ । ବିକ୍ଷୋଭକାରୀମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଏହାର ଜବାବରେ ପୋଲିସ ବଳ ପ୍ରୟୋଗ କରି ରେଳ ଧାରଣାରେ ଅଟକି ରହିଥିବା ଲୋକଙ୍କୁ ଘଉଡ଼ାଇଛି ।

ମହାରାଷ୍ଟ୍ରର ମନ୍ତ୍ରୀ ତଥା ବିଜେପି ନେତା ଗିରିଶ ମହାଜନ ରେଳ ଧାରଣାରେ ପିକେଟିଂ କରୁଥିବା ଲୋକଙ୍କ ସାମ୍ନାରେ କିଛି କହିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ସମ୍ମୁଖରେ ସେ ଅଧିକ କିଛି କହି ପାରିନଥିଲେ । ଏହି ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ବୋଲି ଜଣାପଡ଼ୁଛି । କିନ୍ତୁ ସରକାର ଏହାର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ । ଏଥି ପାଇଁ ସରକାର ଏକ ଏସଆଇଟି ଗଠନ କରିଛନ୍ତି ।

ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବଦ୍ଲାପୁରର ଏକ ପ୍ରମୁଖ ବିଦ୍ୟାଳୟରେ ୪ ଓ ୬ ବର୍ଷର ଦୁଇ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ନେଇ ବାଦଲାପୁର ବନ୍ଦ ଡାକରା ଦିଆଯାଇଛି । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଦାବିରେ ହଜାର ହଜାର ନାଗରିକ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Get real time updates directly on you device, subscribe now.