fbpx

ଅଗଷ୍ଟ ୨୯ରୁ ଆରମ୍ଭ ହେବ MVI, ଅତିରିକ୍ତ RTO ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ, ଆସିଷ୍ଟାଷ୍ଟ ୱାର୍କସ ଇଞ୍ଜିନିୟର ପଦକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଗତ ୧୦ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୯୮ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି କରାଯିବ । ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

ସେହିପରି ଏହି ସମସ୍ତ ପଦକୁ ନେଇ ଆସିଛି ଆଉ ଏକ ଅପଡେଟ୍ । ଗଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା କମ୍ପ୍ୟୁଟର ଦକ୍ଷତା ଟେଷ୍ଟର କ୍ୱାଲିଫାଇଂ ମାର୍କ ବଦଳିଛି । ପୂର୍ବରୁ କ୍ୱାଲିଫାଏ ମାର୍କ ୩୦ ପ୍ରତିଶତ ପ୍ରଶ୍ନ ବୁକଲେଟରେ ଭୁଲ୍ ଭାବେ ପ୍ରକାଶ ପାଇଥିଲା । ଏବେ ତାହାକୁ ୪୦ ପ୍ରତିଶତ ଭାବେ ପଢ଼ିବାକୁ କୁହାଯାଇଛି । ଏନେଇ ଓପିଏସସି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀମାନେ କ୍ୱାଲିଫାଏ ହେବେ ବୋଲି ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.