fbpx

ମମତା ମହାନ୍ତ ଭରିଲେ ନାମାଙ୍କନ, ଜିତିବା ସୁନିଶ୍ଚିତ!, ରାଜ୍ୟସଭା ପାଇଁ ରାଜନୀତି ମଇଦାନରେ ପ୍ରାର୍ଥୀ କରିଛି ବିଜେପି…

ଓଡିଶା ଭାସ୍କର: ଶଙ୍ଖ ଛାଡି ପଦ୍ମ ଦଳରେ ଯୋଗ ଦେଇଥିବା ମମତା ମହାନ୍ତ ଆଜି ନାମାଙ୍କନ ଭରିଛନ୍ତି । ବିଧାନସଭାରେ ସେ ନିଜର ନାମାଙ୍କନ ବା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ଜିତିବାକୁ ନେଇ ମଧ୍ୟ ବିଜେପି ପ୍ରାୟ ଶତପ୍ରତିଶତ ଆଶାବାଦୀ ଅଛି । କାରଣ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ସେ ଆଗରେ ଅଛନ୍ତି । ନାମାଙ୍କନ ଭରିବା ପରେ ମମତା କହିଛନ୍ତି ଯେ, ରାଜ୍ୟସଭାରେ ସେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ସ୍ୱର ଉଠାଇବେ । ନିଜ ରାଜ୍ୟ ତଥା ଜିଲ୍ଲା ଓ ଅଞ୍ଚଳର ବିକାଶରେ ସେ ସହଭାଗିତା ଭାବରେ ଲୋକଙ୍କ ସହ ରହି ସର୍ବଦା କାମ କରିବେ ।

କହିରଖୁ, ଭାଜପାର କେନ୍ଦ୍ରୀୟ ନିର୍ବାଚନ ସମିତି ମଙ୍ଗଳବାର ଦିନ ପୂର୍ବତନ ସାଂସଦ ମମତା ମହାନ୍ତଙ୍କୁ ରାଜ୍ୟସଭା ସିଟ ପାଇଁ ପ୍ରାର୍ଥୀ କରିଥିଲା । ମମତା ମୟୁରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟରୁ ଆସନ୍ତି । ସେ ଗତ ୩୧ ଜୁଲାଇରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫାର କାରଣ ବିଜେଡି ତାଙ୍କୁ ଉପେକ୍ଷା କରିଥିଲା ବୋଲି ରାଜ୍ୟସଭାର ଏହି ପୂର୍ବତନ ସାଂସଦ କହିଥିଲେ । ବିଜେଡି ଛାଡିବାର ଦିନକ ପରେ ସେ ଅଗଷ୍ଟ ୧ ତାରିଖରେ ବିଜେପିରେ ସାମିଲ ହୋଇ ଏବେ ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପି ତାଙ୍କୁ ପ୍ରାର୍ଥୀ କରିଥିବାରୁ ମମତା ଧନ୍ୟବାଦ ଜଣାଇବା ସହ ଜନକଲ୍ୟାଣ ପାଇଁ ସବୁବେଳେ କାମ କରିବେ ବୋଲି ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।

Get real time updates directly on you device, subscribe now.