fbpx

ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଜଗନ୍ନାଥ ପ୍ରଧାନ: ଦ୍ୱିତୀୟ ପ୍ରାର୍ଥୀ ଭାବରେ ଭରିଲେ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ବିଜେପି ତରଫରୁ ମମତା ମହନ୍ତଙ୍କ ପରେ ଏହି ତାଲିକାରେ ସାମିଲ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ଦ୍ୱିତୀୟ ପ୍ରାର୍ଥୀ ଭାବରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜଗନ୍ନାଥ ପ୍ରଧାନ । ସ୍ୱାଧୀନ ପ୍ରାର୍ଥୀ ଭାବରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜ୍ୟର ପ୍ରମୁଖ ବିଜେପି ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରି ପ୍ରତିଦ୍ୱନ୍ଦିତାରେ ସାମିଲ ହୋଇଛି । ଜଗନ୍ନାଥ ପ୍ରଧାନଙ୍କ ନାମାଙ୍କନରେ ପ୍ରସ୍ତାବକ ପଡିଛନ୍ତି ୧୦ ଜଣ ବିଜେପି ବିଧାୟକ । ତେବେ ଆଜି ଗୋଟିଏ ସେଟ ନାମାଙ୍କନ ଭରିଛନ୍ତି ଜଗନ୍ନାଥ ପ୍ରଧାନ । ଜଗନ୍ନାଥଙ୍କ ନାମାଙ୍କନରେ ଅଗସ୍ତି ବେହେରା ପ୍ରଥମ ପ୍ରସ୍ତାବକ ପଡ଼ିଥିବା ବେଳେ ଦୁର୍ଗା ପ୍ରସାଦ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ଲକ୍ଷ୍ମଣ ବାଗ ପ୍ରମୁଖ ମଧ୍ୟ ପ୍ରସ୍ତାବକ ଭାବରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.