fbpx

ପାଦରୁ ଜାଣନ୍ତୁ ହାର୍ଟ ବ୍ଲକେଜର ଲକ୍ଷଣ, ଅବହେଳା କଲେ ଭୋଗିବେ ଅସୁବିଧା

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅସନ୍ତୁଳିତ ଖାଦ୍ୟପେୟ ଏବଂ ବ୍ୟାୟାମ ଅଭାବ ଯୋଗୁଁ ହାର୍ଟ ବ୍ଲକେଜ ସମସ୍ୟା ଦେଖାଦେଇଥାଏ । ହାର୍ଟ ବ୍ଲକେଜ୍ ଯୋଗୁଁ ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧି ପାଇଥାଏ । ହୃଦୟରେ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରୁଥିବା ବସ୍ତୁ ଯୋଗୁଁ ଧମନୀ କିମ୍ବା ଶିରାରେ ବ୍ଲକେଜ୍ ଦେଖାଯାଏ । ଫଳରେ ରକ୍ତ ପ୍ରବାହ ହ୍ରାସ ହୋଇଥାଏ ଏବଂ ସଠିକ୍ ପରିମାଣରେ ହୃଦୟର ସମସ୍ତ ଅଂଶରେ ରକ୍ତ ସଂଚାଳନରେ ସମସ୍ୟା ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହାର୍ଟ ବ୍ଲକ୍ ହେଲେ ପାଦରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଇଥାଏ ।

୧. ହାର୍ଟ ବ୍ଲକେଜ ଥିଲେ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଚଲାବୁଲା କରିବାରେ ଅସୁବିଧା ଅନୁଭବ କରିଥାନ୍ତି ।

୨. ଚାଲିବା ସମୟରେ ପାଦ ବଧିରା ଲାଗିବା ହାର୍ଟ ବ୍ଲକ୍ ହେବାର ପ୍ରମୁଖ କାରଣ । ଏହି ସମୟରେ ବ୍ୟକ୍ତି ଜଣଙ୍କ ଥକ୍କାପଣ ଅନୁଭବ କରିଥାନ୍ତି ।

୩. ଗୋଡ଼ରେ ରକ୍ତ ସଂଚାଳନ ଠିକ୍ ଭାବରେ ନହେବାରୁ ପାଦ ଥଣ୍ଡା ପଡ଼ିଯାଏ । ରକ୍ତର ବ୍ଲକେଜ୍ ରହିଲେ blood vessel disorder ହୋଇଥାଏ । ଏହା ପରବର୍ତ୍ତୀ ସମୟରେ ଷ୍ଟ୍ରାକର କାରଣ ପାଲଟିଥାଏ ।

୪. ପାଦର ରଂଗରେ ପରିବର୍ତ୍ତନ ହାର୍ଟ ବ୍ଲକ୍ ହେବାର ସଂକେତ ସୂଚାଇଥାଏ । ଏଥିରେ ପାଦର ରଂଗ ନୀଳ କିମ୍ବା ହଳଦିଆ ଦେଖାଯାଏ ।

୫. ଗୋଡ଼ରେ ରକ୍ତ ସଂଚାଳନ ଠିକ୍ ଭାବରେ ନହେଲେ ପାଦରେ ଅକାରଣରେ ଘା ହୋଇଥାଏ । ଏମିତିରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ ।

ହୃଦୟ ଆମ ଶରୀରର ଏକ ଗୁୁରୁତ୍ୱପୂର୍ଣ୍ଣ ଅଂଗ । ତେଣୁ ହୃଦୟ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଜରୁରୀ ଅଟେ ।

Get real time updates directly on you device, subscribe now.