fbpx

କୋଲକାତା ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତିଙ୍କ କଡ଼ା ମନ୍ତବ୍ୟ; ଆମେ ମଧ୍ୟ କାମ ଛାଡ଼ି କୋର୍ଟ ବାହାରେ ବସିବା ଉଚିତ୍ କି?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରୁଛନ୍ତି । ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ନିବେଦନ କରିବା ସହ ଡାକ୍ତରଖାନାରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗୁରୁବାର (୨୨ ଅଗଷ୍ଟ ୨୦୨୪) ଶୁଣାଣି ସମୟରେ ବେଙ୍ଗଲ ସରକାରଙ୍କ ଓକିଲ କପିଲ ସିବଲ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ଅନେକ ତର୍କ ବିତର୍କ ହୋଇଥିଲା । ସଲିସିଟର ଜେନେରାଲ କୋର୍ଟରେ କହିଛନ୍ତି, ବଙ୍ଗଳାର ଜଣେ ମନ୍ତ୍ରୀ କହୁଛନ୍ତି ଯେ ଯେଉଁମାନେ ଆମ ନେତାଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ଆଙ୍ଗୁଠି କାଟିଦେବେ ।

ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କୁ ନିବେଦନ କରି କହିଛନ୍ତି ଯେ ଆମେ ସେମାନଙ୍କୁ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିବୁ, ଆପଣ କାମକୁ ଫେରିଆସନ୍ତୁ “ନ୍ୟାୟ ଓ ଚିକିତ୍ସାକୁ ବନ୍ଦ କରାଯାଇପାରିବ ନାହିଁ । ଆମେ ମଧ୍ୟ କାମ ଛାଡି ସୁପ୍ରିମକୋର୍ଟ ବାହାରେ ବସିପାରିବା କି ? ଏମ୍ସର ଡାକ୍ତରମାନେ ୧୩ ଦିନ ହେଲା ଡ୍ୟୁଟିରେ ନାହାନ୍ତି । ଏହା ଠିକ୍‌ ନୁହେଁ । ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି ।”

Get real time updates directly on you device, subscribe now.