fbpx

ଛାଡ଼ପତ୍ର ପରେ ତୃତୀୟ ବିବାହ କରିଥିଲେ ସ୍ୱାମୀ; ଏବେ କାହା ସହ ଜୀବନ ବିତାଉଛନ୍ତି ସାନିଆ ମିର୍ଜା?

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ସବୁବେଳେ ତାଙ୍କ ଖେଳ ପାଇଁ ସେ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ସାନିଆଙ୍କୁ ୨୦୨୪ ଆରମ୍ଭରେ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ପୂର୍ବତନ ସ୍ୱାମୀ ସୋଏବ ମଲ୍ଲିକ ତୃତୀୟ ବିବାହ କରିଥିଲେ । ୨୦୨୪ ଜାନୁଆରୀ ୨୦ ରେ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ସୋସିଆଲ ମିଡିଆ ଜରିଆରେ ତାଙ୍କ ବିବାହ ବିଷୟରେ ସୂଚନା ଦେଇଥିଲେ ।

ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ । ସେବେଠାରୁ ସାନିଆ ମିର୍ଜା ତାଙ୍କ ପୁଅ ଇଜାନଙ୍କ ସହ ଜୀବନ ବିତାଉଛନ୍ତି । ସାନିଆ ଅନେକ ସମୟରେ ସୋସିଆଲ ମିଡିଆ ଜରିଆରେ ପୁଅ ସହ ଫଟୋ ସେୟାର କରିଥାନ୍ତି । ସୋସିଆଲ ମିଡିଆରେ ସାନିଆ ଅନେକ ସମୟରେ ପ୍ରଶଂସକଙ୍କ ସହ ପୂରା ସପ୍ତାହର ଆକାଉଣ୍ଟ ସେୟାର କରିଥାନ୍ତି ।

ଯାହା ସେ ସାରା ସପ୍ତାହ ରେ କରିଥିଲେ । ଭାରତୀୟ ଟେନିସ ତାରକା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କୁ ୧୩ ମିଲିୟନରୁ ଅଧିକ ଲୋକ ଫଲୋ କରିଛନ୍ତି । ସୂଚନାଯୋଗ୍ୟ, ସାନିଆ ମିର୍ଜା ମଧ୍ୟ ଏଥର ‘ହଜ୍’ କରିଥିଲେ । ସେ ତାଙ୍କ ସୋସିଆଲ ମିଡିଆରେ ହଜ୍ ବିଷୟରେ ସୂଚନା ମଧ୍ୟ ସେୟାର କରିଛନ୍ତି ।

Get real time updates directly on you device, subscribe now.