fbpx

୪୧୦୦ କୋଟି ଟଙ୍କାରେ ଏହି ବିଜୁଳି କମ୍ପାନୀକୁ କିଣିବାକୁ ଯାଉଛି ଆଦାନୀ ଗ୍ରୁପ, ଏନସିଏଲଟି ଦେଇ ସାରିଛି ମଞ୍ଜୁରୀ

ଓଡିଶା ଭାସ୍କର: ଆଦାନୀ ଗ୍ରୁପ ଏକ ନୂଆ ବିଜୁଳି କମ୍ପାନୀକୁ କିଣିବାର ପାଦଦେଶରେ ରହିଛି । ଏହି ବିଜୁଳି କମ୍ପାନୀକୁ କିଣିବା କୋଟି ଟଙ୍କାରେ ଏହି ବିଜୁଳି କମ୍ପାନୀକୁ କିଣିବାକୁ ଯାଉଛି ଆଦାନୀ ଗ୍ରୁପ, ଏନସିଏଲଟି ଦେଇ ସାରିଛି ମଞ୍ଜୁରୀର ପ୍ରସ୍ତାବିତ ଏହି କ୍ରୟକୁ ଏନସିଏଲଟି ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି । ୪ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ଏହାକୁ ଆଦାନୀ ଗ୍ରୁପ କିଣିବାକୁ ଯାଉଛି । ଆଦାନୀ ଗ୍ରୁପର ବିଜୁଳି କମ୍ପାନୀ ଆଦାନୀ ପାୱାର ଏନସିଏଲଟିରୁ ମିଳିଥିବା ମଞ୍ଜୁରୀର ଖବର ଏକ ଏକ୍ସଚେଞ୍ଜ ଫାଇଲିଂରେ ସେୟାର ବଜାରକୁ ଜଣାଇଛି । ଆଦାନୀ ଗ୍ରୁପ କହିଛି ଯେ, ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ (ଏନସିଏଲଟି)ର ହାଇଦ୍ରାବାଦ ବ୍ୟାଞ୍ଚ ଲେଙ୍କୋ ଅମରକଣ୍ଟକ ପାୱାର ଲିମିଟେଡର ଅଧିଗ୍ରହଣ ପାଇଁ ଆଦାନୀ ଗ୍ରୁପକୁ ସବୁଜ ସଂକେତ ପ୍ରଦାନ କରିଛି ।

କହିରଖୁ, ଲେଙ୍କୋ ଅମରକଣ୍ଟକ ଗ୍ରୁପକୁ ପ୍ରଥମେ ଆଦାନୀ ଗ୍ରୁପ ୨୦୨୩ ମସିହାରେ ୩୬୫୦ କୋଟିରେ କିଣିବାକୁ ଯାଉଥିଲା । ପରେ ଏହାର ମୂଲ୍ୟ ବଢାଇ ପ୍ରାୟ ୪୧୦୦ କୋଟି ଦେବାକୁ ପ୍ରସ୍ତୁତ ହୋଇ ସାରିଛି ଏହି ଗ୍ରୁପ । ଏହି ଗ୍ରୁପକୁ କିଣିବା ପାଇଁ ଜିନ୍ଦଲ କମ୍ପାନୀ ସହ କଡା ଟକ୍କର କରିଥିଲା ଆଦାନୀ । ଜିନ୍ଦଲ ଲେଙ୍କୋ ଗ୍ରୁପକୁ କିଣିବା ପାଇଁ ଆଦାନୀ ଗ୍ରୁପଠୁ ବି ବେଶୀ ଟଙ୍କା ଦେବାକୁ ରାଜି ହୋଇଥିଲା । ସେ ଏହାକୁ କିଣିବା ପାଇଁ ପ୍ରାୟ ୪୨୦୦ କୋଟି ଦେଇ ଥାଆନ୍ତା । ମାତ୍ର ହଠାତ ଜିନ୍ଦଲ ଏଥିରୁ ଓହରିଗଲା । ପଳରେ ଏବେ ଆଦାନୀ ଗ୍ରୁପ ଏହାକୁ କିଣିବାର ରାସ୍ତା ଆହୁରି ସହଜ ହୋଇ ସାରିଛି । ଏହାବାଦ ଲେଙ୍କୋ ଅମରକଣ୍ଟକକୁ କିଣିବା ରେସରେ ଆଦାନୀ ଗ୍ରୁପ ଓ ଜିନ୍ଦଲକୁ ଛାଡି ମୁକେଶ ଅମ୍ବାନୀଙ୍କ ରିଲାୟନ୍ସ ଇଣ୍ଡଷ୍ଟ୍ରି ଓ ପାୱାର ଫାଇନେନ୍ସ କର୍ପୋରେଶନ ବି ସାମିଲ ଥିଲେ ।

Get real time updates directly on you device, subscribe now.