fbpx

ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର; ଆୟ ବହିର୍ଭୂତ ସଂପତ୍ତି ସହ ଘରେ ପାଳିଥିଲେ ମୟୂର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ ହୋଇଛି । ଭୁବନେଶ୍ବର ଓ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ ରହିଛି । ଆଠଗଡ଼ରେ ମଧ୍ୟ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ କରାଯାଇଛି ।

୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ହୋଇଛି । ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଠାବ କଲା ଭିଜିଲାନ୍ସ । ସବୁଠୁ ବଡ଼ କଥା ହେଉଛି ଘରେ ଜାତୀୟ ପକ୍ଷୀ ରଖିଥିଲେ ରେଞ୍ଜର ବାବୁ । ତେବେ କାହା ସାହସରେ ମୟୂର ରଖିଥିଲେ ରେଞ୍ଜର ସାର୍ । କିଏ ଅନୁମତି ଦେଇଥିଲା ନା ନିଜ ପାୱାରରେ ମୟୂର ପାଳିଥିଲେ ରେଞ୍ଜର ବିଭୁଦାନନ୍ଦ ମିଶ୍ର । ଆହୁରି ସଠିକ୍ ତଦନ୍ତ ହେଲେ ଏସବୁ କଥା ସାମ୍ନାକୁ ଆସିବ ।

Get real time updates directly on you device, subscribe now.