fbpx

ଗୋଟିଏ କି ଦୁଇଟି ନୁହେଁ ୪ଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ; ୧୭ ବର୍ଷରୁ କମ୍ କୁସ୍ତିରେ କମାଲ କଲେ ଝିଅ

ନୂଆଦିଲ୍ଲୀ: ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍ ୨୦୨୪ରେ ବିଶ୍ୱରେ ଦେଶର ନାଁ ରଖିଲେ କୁସ୍ତିଯୋଦ୍ଧା। ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତିରେ ଭାରତ ଜିତିଲା ୪ଟି ସ୍ୱର୍ଣ୍ଣ ପଦକ। ଏହା ସହ ସେ ୨ଟି କାଂସ୍ୟ ପଦକ। ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍ ଜୋର୍ଡାନର ଅମନଠାରେ ଅନୁଷ୍ଠିତ ହେଉଛି। ଭାରତ ପକ୍ଷରୁ ଅଦିତି କୁମାରୀ, ନେହା ସାଙ୍ଗୱାନ, ପୁଲକିତ ଓ ମାନସୀ ଲାଥେର ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ରୌନକ ଦହିଆ ଓ ସାଇନାଥ କାଂସ୍ୟ ପଦକ ଜିତିଥିଲେ। ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ସମସ୍ତଙ୍କୁ ଏକ୍ସ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

୨୦୨୪ ଅଲିମ୍ପିକ୍ସରେ ଭାରତକୁ ଗୋଟିଏ ବି ସ୍ୱର୍ଣ୍ଣ ପଦକ ମିଳିନଥିଲା। କିନ୍ତୁ ୧୭ ବର୍ଷରୁ କମ୍ ବିଶ୍ୱ କୁସ୍ତି ଚାମ୍ପିୟନଶିପରେ ସେ ଏପର୍ଯ୍ୟନ୍ତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ଫ୍ରିଷ୍ଟାଇଲ ୪୩ କେଜି ବର୍ଗରେ ଅଦିତି କୁମାରୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଫାଇନାଲରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନେହା ମହିଳା ଫ୍ରିଷ୍ଟାଇଲ ୫୭ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁଲକିତ ମହିଳା ଫ୍ରିଷ୍ଟାଇଲ ୬୫ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମାନସୀ ୭୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିପରି ୧୭ ବର୍ଷରୁ କମ୍ ବିଶ୍ବ କୁସ୍ତି ଚାମ୍ପିୟନଶିପ୍ ରେ ଭାରତ ଦୁଇଟି କାଂସ୍ୟ ପଦକ ହାସଲ କରିଛି। ଗ୍ରୀକୋ ରୋମାନ୍ ୧୧୦ କେଜି ବର୍ଗରେ ରୌନକ ଦହିଆ କାଂସ୍ୟ ପଦକ ଜିତିଛନ୍ତି। ସାଇନାଥ ଗ୍ରେକୋ-ରୋମାନରେ ୫୧ କେଜି ଓଜନ ରେ ବ୍ରୋଞ୍ଜ ପଦକ ଜିତିଥିଲେ। ନେହା ୧୦-୦ ଗୋଲରେ ଏସ୍ ସୁତ୍ସୁଇଙ୍କୁ ପରାସ୍ତ କରିଥିଲେ। ସେହିପରି ପୁଲକିତ ୬-୩ ଗୋଲରେ ଫ୍ରୋଲୋଭାଙ୍କୁ ପରାସ୍ତ କରିଥିଲେ। ମାନସୀ ୫-୦ ଗୋଲରେ ପିରାକ୍ଷ୍ୟଙ୍କୁ ପରାସ୍ତ କରିଥିଲେ।

ଏହି ୪ ଜଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ।

Get real time updates directly on you device, subscribe now.