fbpx

ଜନ୍ମାଷ୍ଟମୀରେ ଲହୁଣୀର ଗୁରୁତ୍ୱ… କାହିଁକି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ଲଗି ହୁଏ ଭୋଗ? ଜାଣନ୍ତୁ କେଉଁଥିରେ ତିଆରି

ନୂଆଦିଲ୍ଲୀ : ଆଗକୁ ଆସୁଛି ଜନ୍ମାଷ୍ଟମୀ । ଏନେଇ ଲୋକେ ବିଭିନ୍ନ ପ୍ରକାର ଭୋଗ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଯେତେବେଳେ ଶ୍ରୀକୃଷ୍ଣଙ୍କ ନାମ ଆସେ ସେତେବେଳେ ଆମ ମନକୁ ପ୍ରଥମେ ଲହୁଣୀ ଏବଂ ମିଶ୍ରିର କଥା ଆସିଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି ଏହି ଦୁଇଟି ଜିନିଷର ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ପରିମାଣର ଲାଭ ଦାୟକ ହୋଇଥାଏ, ତାହା ଆସନ୍ତୁ ଜାଣିବା । ଲହୁଣୀରେ ଓମେଗା ୩ ଏବଂ କିଛି ପରିମାଣର ହେଲଦି ଫ୍ୟାଟ ଭରି ହୋଇ ରହିଥାଏ । ମିଶ୍ରିରେ ହିଲିଙ୍ଗ ପାୱାର ଗୁଣ ଥାଏ । ଯାହା ଆମର ହଜମକାରୀ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ତେବେ ଏହି ଦୁଇଟି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆପଣ ଅନେକ ସମସ୍ୟାରୁ ନିଜକୁ ମୁକ୍ତି କରିପାରିବେ ।

୧. ଲହୁଣୀରେ ୩ ଟି ଭିଟାମିନ ରହିଛି । ଭିଟାମିନ ଏ, କେ ଏବଂ ଇ ଏହା ସହିତ ମିଶ୍ରିରେ ମଧ୍ୟ ଭିଟାମିନ ବି ୧୨ ଥାଏ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର ଅନେକ ସମସ୍ୟା ଠିକ ହୋଇପାରିବ । ପ୍ରଥମେ ଏହା ଆପଣଙ୍କ ଶରୀରର ଟିସୁ ଏବଂ ଧମନୀକୁ ଠିକ ଭାବରେ କାମ କରିବା ପାଇଁ ଶକ୍ତି ଦେଇଥାଏ । ଏହା ଆଖି ପାଇଁ ଅତ୍ୟନ୍ତ ଉତ୍ତମ ହୋଇଥାଏ । ତାହା ଛଡା ଏହା ଆମ ଶରୀରରକୁ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ ।

୨. ଯଦି ଆପଣ ଲହୁଣୀ ଏବଂ ମିଶ୍ରି ଖାଉଛନ୍ତି ତେବେ ଆପଣଙ୍କ ହାଡ ମଧ୍ୟ ମଜଭୁତ ହେବ । ଲହୁଣୀ ଆପଣଙ୍କ ଆଣ୍ଠୁ ଗଣ୍ଠିରେ ନମନିୟତା ଆଣି ଥାଏ ଏବଂ ମିଶ୍ରି ଆପଣଙ୍କୁ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାରୁ ଦୂରରେ ରଖିଥାଏ । ଏଥିରେ ଥିବା ଆଣ୍ଟି ଅକ୍ସିଡେକ୍ସ ହାଡର କ୍ଷତକୁ ଜଲଦି ଠିକ କରିଥାଏ ।

୩. ମିଶ୍ରିରେ ଆଇରନ ଅଧିକ ମାତ୍ରାରେ ଥାଏ । ଏହା ବ୍ୟତୀତ ଲହୁଣୀରେ ଏପରି କିଛି ଗୁଣ ରହିଛି ଯାହା ଆମ ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ । ଏହା ଦ୍ୱାରା ଶରୀରରେ ରକ୍ତର ପ୍ରଭାବ ଭଲ ରହିବା ଦ୍ୱାରା ଆପଣଙ୍କୁ ଥକ୍କାପଣ ଅନୁଭବ ହୋଇ ନଥାଏ ।

୪. ଲହୁଣୀ ଖାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ବିକାଶ ହୋଇଥାଏ । ଏଥିରେ ଓମେଗା ୩ ଏବଂ କିଛି ଫ୍ୟାଟ୍ସ ରହିଛି । ଯାହା ଆପଣଙ୍କ ମେମୋରୀ ପାୱାର ବୃଦ୍ଧି କରିଥାଏ । ମିଶ୍ରିରେ ଭିଟାମିନ ବି ୧୨ ରହିଛି, ଯାହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.