fbpx

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ: ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ୭୯୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି । ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ କଟକ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।

ଏଥର ମୋଟ ୪୪୧ ଜଣ ପାସ୍ କରିଥିବା ବେଳେ ପାସ୍ ହାର ୫୫.୪ ପ୍ରତିଶତ ରହିଛି । ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସଓଏସସି) ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି । ୫ଟି ବିଷୟରେ ୧୬ ହଜାର ୯୦୮ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ହଜାର ୪୩୫ ଜଣ ପାସ୍ କରିଛନ୍ତି । ତେବେ ପରୀକ୍ଷା ଫଳକୁ ନେଇ ଯେଉଁମାନେ ସନ୍ତୁଷ୍ଟ ନଥିବେ ସେମାନେ ଚେକିଂ ପାଇଁ ଅଫଲାଇନରେ ଆବେଦନ କରିପାରିବେ । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଏଥିପାଇଁ ତାରିଖ ରହିଛି । ଏ ବାବଦରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୱେବସାଇଟରେ ଆବେଦନ ଫର୍ମ ଉପଲବ୍ଧ ରହିଛି ।

ରେଜଲ୍ଟ ଲିଙ୍କ: https://results.indiaresults.com/or/bse-orissa/hsc-class-10-supp-exam-result-2024/query.htm

Get real time updates directly on you device, subscribe now.