fbpx

୩ ଦିନ ସ୍କୁଲ ଛୁଟି: ଅଗଷ୍ଟ ୨୪ରୁ ଲଗାତର ତିନି ଦିନ ପାଇଁ ବନ୍ଦ ରହିବ ସମସ୍ତ ସ୍କୁଲ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ସରିବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ଲଗାତର ୩ ଦିନିଆ ଛୁଟି । ଅଗଷ୍ଟ ୨୪ରୁ ଏହି ଛୁଟି ଆରମ୍ଭ ହେବ । ଏହି ଅବଧି ମଧ୍ୟରେ ସ୍କୁଲ, କଲେଜ, ସରକାରୀ ଓ କିଛି ଘରୋଇ ଅଫିସ ମଧ୍ୟ ବନ୍ଦ ରହିବ । ଅଗଷ୍ଟ ୨୬ ତାରିଖ (ସୋମବାର) ଦିନ ଜନ୍ମାଷ୍ଟମୀ ପଡ଼ୁଥିବାରୁ ସେହି ଅବସରେ ଅନେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ସେହିପରି ଜନ୍ମାଷ୍ଟମୀର ପୂର୍ବ ଦିନ ରବିବାର ପଡ଼ୁଥିବାରୁ ସେହିଦିନ ସ୍କୁଲ ଛୁଟି ରହିବ । ତେବେ ଅଗଷ୍ଟ ୨୪ (ଶନିବାର ଦିନ) କିଛି ସ୍କୁଲ ବନ୍ଦ ରହୁଥିବା ବେଳେ ଆଉ କିଛି ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ତେଣୁ କିଛି ଛାତ୍ରଛାତ୍ରୀ ଲଗାତର ୩ ଦିନ ଛୁଟି ପାଇବେ ଓ ଆଉ କିଛି ଲଗାତର ୨ ଦିନ ଛୁଟି ପାଇବେ । ଆସନ୍ତା ସୋମବାର ଦିନ ଭଗବାନ ଶ୍ରୀକୃଷ୍ଟଣଙ୍କ ପବିତ୍ର ଜନ୍ମାଷ୍ଟମୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯିବ । ଏହାପରେ ତା’ ପରଦିନ ଅର୍ଥାତ ୨୭ ତାରିଖକୁ ଦହି ହାଣ୍ଡି ଉତ୍ସବ ପାଳନ କରାଯିବ । ଜନ୍ମଷ୍ଟମୀରେ ଅନେକ ସ୍ଥାନରେ ସରକାରୀ-ଘରୋଇ ଅଫିସ ସମେତ ସରକାରୀ-ଘରୋଇ-ସକ୍ୁଲ ଛୁଟି ଘୋଷଣା କରାଯାଇଛି । ଏପରିକି କିଛି ସ୍କୁଲରେ ଶନିବାର ଦିନ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଲଗାତର ୩ ଦିନ ଛୁଟି ମିଳୁଥିବାରୁ ଅନେକ ଫ୍ୟାମିଲି ଟ୍ରିପ ପ୍ଲାନ୍ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.